ଜୁଲାଇ ୧୪ରେ ଲଞ୍ଚ ହେବ ଚନ୍ଦ୍ରାୟନ-୩

ବେଙ୍ଗାଳୁରୁ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଚନ୍ଦ୍ରାୟନ-୩ର ଲଞ୍ଚ୍ ତାରିଖ ଘୋଷଣା କରିଛି | ଜୁଲାଇ ୧୪ରେ ମଧ୍ୟାହ୍ନରେ ଚନ୍ଦ୍ରାୟନ-୩ ଲଞ୍ଚ ହେବ । ଇସ୍ରୋ ଟ୍ୱିଟ୍ କରି ଏହି ସୂଚନା ଦେଇଛି |

ଏହାପୂର୍ବରୁ ଇସ୍ରୋ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରେ ବୁଧବାର (ଜୁଲାଇ ୫) ଚନ୍ଦ୍ରାୟାନ-୩ ମହାକାଶଯାନକୁ ଏହାର ନୂଆ ରକେଟ୍ ଏଲଭିଏମ୍-୩ ସହ ଯୋଡ଼ିଥିଲା ।

ଚଳିତ ବର୍ଷ ମାର୍ଚ୍ଚରେ ଚନ୍ଦ୍ରୟାନ-୩ ମହାକାଶଯାନ ଏହାର ଆବଶ୍ୟକୀୟ ଯାଞ୍ଚ ଶେଷ କରିଛି ଏବଂ ଉତକ୍ଷେପଣ ସମୟରେ ସମ୍ଭାବ୍ୟ ଜଟିଳ ପରିସ୍ଥିତିର ମୁକାବିଲା ପାଇଁ ସଫଳ ପରୀକ୍ଷଣ କରିଥିଲା । ଲ୍ୟାଣ୍ଡର ଚନ୍ଦ୍ରରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସଫ୍ଟ ଲ୍ୟାଣ୍ଡ କରିବା କ୍ଷମତା ସହ ସଜ୍ଜିତ ହେବ ଓ ରୋଭରକୁ ଚନ୍ଦ୍ର ପୃଷ୍ଠରେ ରିଲିଜ୍ କରିବ |

Comments are closed.