ଚାର୍ଲ୍ସ ତୃତୀୟ ହେଲେ ବ୍ରିଟେନର ନୂଆ ରାଜା

ଲଣ୍ଡନ: ସେଣ୍ଟ ଜେମ୍ସ ପ୍ୟାଲେସରେ ଅନୁଷ୍ଠିତ ଏକ ଐତିହାସିକ ଉତ୍ସବରେ କିଙ୍ଗ ଚାର୍ଲ୍ସ ତୃତୀୟଙ୍କୁ ଶନିବାର ଆନୁଷ୍ଠାନିକ ଭାବେ ବ୍ରିଟେନର ନୂଆ ରାଜା ଭାବେ ଘୋଷିତ କରାଯାଇଛି। ପ୍ରଥମ ଥର ପାଇଁ ଏହି ରାଜ୍ୟାଭିଷେକ ଉତ୍ସବର ଟେଲିଭିଜନରେ ସିଧା ପ୍ରସାରଣ କରାଯାଇଥିଲା |

ଗୁରୁବାର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ବିୟୋଗ ପରେ ତାଙ୍କ ଜ୍ୟେଷ୍ଠ ପୁତ୍ର ତଥା ୭୩ ବର୍ଷୀୟ ପୂର୍ବତନ ପ୍ରିନ୍ସ ଅଫ୍ ଓ୍ବେଲ୍ସ ଚାର୍ଲ୍ସଙ୍କ ରାଜ୍ୟାଭିଷେକ ହୋଇଛି। ଏଥିସହ ବ୍ରିଟିଶ ରାଜତନ୍ତ୍ର ଇତିହାସରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି।

ଏହି ଅବସରରେ ରାଜା ଚାର୍ଲ୍ସ ତୃତୀୟ ତାଙ୍କ ମାତା ରାଣୀ ଏଲିଜାବେଥଙ୍କୁ ମନେ ପକାଇ କହିଥିଲେ, ‘ ଆମେ ସମସ୍ତଙ୍କ ଏହି ଅପୂରଣୀୟ କ୍ଷତି ପାଇଁ ସମଗ୍ର ବିଶ୍ୱ ମୋ ପ୍ରତି ସହାନୁଭୂତି ଦେଖାଇଛି । ମୋ ମାଆ ଆଜୀବନ ପ୍ରେମ ଏବଂ ନିଃସ୍ୱାର୍ଥପର ସେବାର ଏକ ଉଦାହରଣ ସୃଷ୍ଟି କରିଥିଲେ | ତାଙ୍କର ଶାସନ, ସମର୍ପଣ ଏବଂ ବିଶ୍ୱସନୀୟତା ଅତୁଳନୀୟ ଥିଲା |

କିଙ୍ଗ ଚାର୍ଲ୍ସ ତୃତୀୟ ତାଙ୍କ ପତ୍ନୀ ରାଣୀ କନସର୍ଟ କାମିଲା ଏବଂ ତାଙ୍କ ପୁଅ ତଥା ଉତ୍ତରାଧିକାରୀ ପ୍ରିନ୍ସ ୱିଲିୟମଙ୍କ ସହ ଏହି ଉତ୍ସବରେ ଯୋଗ ଦେଇଥିଲେ। ପ୍ରିନ୍ସ ୱିଲିୟମ୍ସଙ୍କୁ ଏବେ ୱେଲ୍ସର ନୂଆ ପ୍ରିନ୍ସ କରାଯାଇଛି |

Comments are closed.