ମୁଖ୍ୟ ଚୟନକର୍ତ୍ତା ପଦରୁ ଚେତନ ଶର୍ମାଙ୍କ ଇସ୍ତଫା

ନୂଆଦିଲ୍ଲୀ: ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ପଦରୁ ଚେତନ ଶର୍ମା ଶୁକ୍ରବାର ଇସ୍ତଫା ଦେଇଛନ୍ତି। ବିସିସିଆଇ ସମ୍ପାଦକ ଜୟ ଶାହା ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି।

ଚେତନ ଶର୍ମା ନିକଟରେ ଏକ ଷ୍ଟିଙ୍ଗ୍ ବିବାଦରେ ଫସି ଯାଇଥିଲେ । ଏକ ଘରୋଇ ଟିଭି ଚ୍ୟାନେଲ ଦ୍ବାରା କରାଯାଇଥିବା ଷ୍ଟିଙ୍ଗ୍ ଅପରେସନରେ ସେ ଭାରତୀୟ କ୍ରିକେଟର କିଛି ଭିତିରି କଥା ପ୍ରଘଟ କରିଦେଇଥିଲେ । ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ତିକ୍ତତା ଥିବା ସେ ପ୍ରକାଶ କରିଥିଲେ । ଏହାଛଡ଼ା ଫିଟ୍ ରହିବାକୁ ଖେଳାଳିମାନେ ଇଞ୍ଜେକ୍ସନ ନେଉଛନ୍ତି ବୋଲି ସେ ଦାବି କରିଥିଲେ ।

ଗତବର୍ଷ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପରେ ଭାରତର ଖରାପ ପ୍ରଦର୍ଶନ ପରେ ଚେତନ ଶର୍ମାଙ୍କୁ ବହିଷ୍କୃତ କରାଯାଇଥିଲା । ହେଲେ ଜାନୁଆରୀରେ ବିସିସିଆଇ ତାଙ୍କୁ ମୁଖ୍ୟ ଚୟନକର୍ତ୍ତା ଭାବେ ପୁନଃ ଅବସ୍ଥାପିତ କରିଥିଲା

Comments are closed.