ଅଷ୍ଟ୍ରେଲୀୟ ଖବରକାଗଜର ଖୁଲାସା: ଗଲଓ୍ବାନ୍ ସଂଘର୍ଷରେ ଚାରି ନୁହେଁ, ବହୁ ଚୀନ୍ ସୈନିକଙ୍କ ମୃତ୍ୟୁ ହୋଇଥିଲା

ନୂଆଦିଲ୍ଲୀ: ଗଲଓ୍ବାନ୍ ଘାଟିରେ ୨୦୨୦ରେ ଭାରତୀୟ ସେନା ସହ ସଂଘର୍ଷରେ ଚୀନ୍ ଅଧିକ କ୍ଷତି ସହିଛି। ଏହି ରକ୍ତାକ୍ତ ସଂଘର୍ଷରେ ବହୁ ଚୀନ୍ ସୈନିକ ନଦୀ ପାର ହେଉଥିବାବେଳେ ପ୍ରବଳ ସ୍ରୋତରେ ଭାସି ଯାଇଥିଲେ। ବୁଧବାର ଅଷ୍ଟ୍ରେଲିଆର ଏକ ଖବରକାଗଜରେ ଏହା ଦାବି କରାଯାଇଛି। ଚୀନର କିଛି ଅଜ୍ଞାତ ଗବେଷକ ଏବଂ ବ୍ଲଗର୍ ମାନଙ୍କ ତଥ୍ଯକୁ ଆଧାର କରି ‘କ୍ଲାକ୍ସନ୍’ ନାମକ ଏକ ଖବରକାଗଜ ଏହିପରି ଦାବି କରିଛି | ଗଲଓ୍ବାନ୍ ସଂଘର୍ଷରେ ଏହାର କେବଳ ଚାରିଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା ବୋଲି ଚୀନ୍ କହିଥିଲା ।

ଏଥିରେ କୁହାଯାଇଛି ଯେ ସୁରକ୍ଷା କାରଣରୁ ସେମାନେ ନିଜ ନାମ ପ୍ରକାଶ କରିନାହାଁନ୍ତି, କିନ୍ତୁ ଗଲଓ୍ବାନ୍ ଘଟଣା ସମ୍ପର୍କରେ ସେମାନେ ଯଥେଷ୍ଟ ତଥ୍ୟ ପାଇଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଚୀନ୍‌ କରିଥିବା କ୍ଷୟକ୍ଷତିର ଦାବି ନୂଆ ନୁହେଁ । କିନ୍ତୁ ସୋସିଆଲ ମିଡିଆ ଅନୁସନ୍ଧାନକାରୀଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ପ୍ରମାଣରୁ ଜଣାପଡ଼ୁଛି ଯେ କେବଳ ଚାରିଜଣ ସୈନିକ ନୁହେଁ ବରଂ ତା’ଠାରୁ ଅଧିକ ଚୀନ୍ ସେନା ଗଲଓ୍ବାନ୍ ସଂଘର୍ଷରେ ନିହତ ହୋଇଥିଲେ ।

ଚୀନ୍ ବେଜିଂ ଶୀତକାଳୀନ ଅଲିମ୍ପିକ୍ସକୁ ଏକ ରାଜନୈତିକ ମଞ୍ଚର ପରିଣତ କରିଛି। ଚୀନ୍‌ର ସରକାରୀ ଖବରକାଗଜ ‘ଗ୍ଲୋବାଲ ଟାଇମ୍ସ’ କହିଛି, ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ରେଜିମେଣ୍ଟ କମାଣ୍ଡର କି ଫାଇବାଓ ଭାରତ ସହ ଗଲୱାନ୍ ସୀମା ସଂଘର୍ଷରେ ସହ ଲଢ଼ିଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଶୀତକାଳୀନ ଅଲିମ୍ପିକ୍ସ ଟର୍ଚ୍ଚ ରିଲେରେ ସେ ମଶାଲ ବାହକ ଭାବେ ସାମିଲ ହୋଇଛନ୍ତି।

ଲଦାଖ ସମେତ ଅନେକ ଅଞ୍ଚଳରେ ସୀମା ବିବାଦକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଜାରି ରହିଛି। ଉଭୟ ପକ୍ଷ ମଧ୍ୟରେ ଏପର୍ଯ୍ୟନ୍ତ ୧୪ ରାଉଣ୍ଡ ଆଲୋଚନା ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସମାଧାନ ବାହାରି ପାରି ନାହିଁ। ତେବେ ଉଭୟ ଦେଶ ନିଜ ମଧ୍ୟରେ ଏହି ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି ଏବଂ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁ ବିରୋଧ କରିଛନ୍ତି।

Comments are closed.