ଅକ୍ଟୋବର ୨୨ରୁ ମହାରାଷ୍ଟ୍ରରେ ସିନେମା ହଲ୍, ମଲ୍ଟିପ୍ଲେକ୍ସ ଖୋଲିବ

ମୁମ୍ବାଇ: ମହାରାଷ୍ଟ୍ରରେ ସିନେମା ହଲ୍ ଏବଂ ଅଡିଟୋରିୟମ୍ ଖୋଲିବାକୁ ଅନୁମତି ଦିଆଯାଇଛି। ଅକ୍ଟୋବର ୨୨ରୁ ଥିଏଟର ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ଘୋଷଣା କରିଛନ୍ତି। ତେବେ ହଲ୍ ମାଲିକ ଓ ଦର୍ଶକଙ୍କୁ ସମସ୍ତ କରୋନା ନିୟମ ପାଳନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି | ସିଏମ୍ ଠାକରେ ଆଜି ସିନେମା ଏବଂ ଥିଏଟର ସହିତ ଜଡିତ କଳାକାର, ନିର୍ଦ୍ଦେଶକ, ନିର୍ମାତା, ମଲ୍ଟିପ୍ଲେକ୍ସର ଏବଂ ସିନେମା ହଲ୍ ମାଲିକଙ୍କ ସହିତ ଏକ ବୈଠକ କରିଥିଲେ | ଏହା ପରେ ରାଜ୍ୟ ସରକାର ମଲ୍ଟିପ୍ଲେକ୍ସ ଏବଂ ସିନେମା ହଲ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।

Comments are closed.