ପ୍ରକାଶ ପାଇଲା ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା -୨୦୨୧ ଫାଇନାଲ ରେଜଲ୍ଟ , ଶ୍ରୁତି ଶର୍ମା ଟପର, ପ୍ରଥମ ତିନୋଟି ସ୍ଥାନରେ ଝିଅ

ନୂଆଦିଲ୍ଲୀ: ୟୁପିଏସସି ଦ୍ଵାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା -୨୦୨୧ର ଫାଇନାଲ୍ ରେଜଲ୍ଟ ସୋମବାର ପ୍ରକାଶ ପାଇଛି | ଅଲ୍ ଇଣ୍ଡିଆ ର଼୍ୟାଙ୍କରେ ଉତ୍ତର ପ୍ରଦେଶର ଶ୍ରୁତି ଶର୍ମା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ୟୁପିଏସସି କହିଛି ଯେ ମୋଟ ୬୮୫ ଜଣ ପ୍ରାର୍ଥୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।

ଶ୍ରୁତି ଶର୍ମା ପ୍ରଥମ ସ୍ଥାନରେ ରହିଥିବା ବେଳେ ଅଙ୍କିତା ଅଗ୍ରୱାଲ ଏବଂ ଗାମିନୀ ସିଙ୍ଗଲା ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ବୋଲି ୟୁପିଏ ସିଂ ପକ୍ଷରୁ କୁହାଯାଇଛି।

ସିଭିଲ ସର୍ଭିସ ପରୀକ୍ଷା ପ୍ରତିବର୍ଷ ଆୟୋଜିତ ହୋଇଥାଏ | ଏହି ପରୀକ୍ଷା ତିନୋଟି ପର୍ଯ୍ୟାୟରେ କରାଯାଏ । ଏହି ପରୀକ୍ଷା ମାଧ୍ୟମରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ବ ବୈଦେଶିକ ସେବା (ଆଇଏଫଏସ୍) ଏବଂ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ଚୟନ କରାଯାଇଥାଏ ।

ୟୁପିଏସସିର ଅଫିସିଆଲ୍ ସାଇଟ୍ upsc.gov.inରେ ପରୀକ୍ଷାର ସମ୍ପୂର୍ଣ୍ଣ ରେଜଲ୍ଟ ଉପଲବ୍ଧ।

Comments are closed.