ଓମିକ୍ରନର ମୁକାବିଲା ପାଇଁ କଟକ ମହାନଗର ନିଗମ ପ୍ରସ୍ତୁତ : କମିଶନର ଅନନ୍ୟା ଦାସ

କଟକ-କୋରୋନାର ନୂଆ ଭାରିଆଂଟ୍ ଓମିକ୍ରନକୁ ନେଇ ଏବେ ଚିନ୍ତା ବଢିଥିବା ବେଳେ ଏହା ଦ୍ୱାରା ଆସିବାକୁ ଥିବା ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା କରିବାକୁ କଟକ ମହାନଗର ନିଗମ ପ୍ରସ୍ତୁତ । ଓମିକ୍ରନ ମୁକାବିଲା ପାଇଁ ସମସ୍ତ ସ୍ତରରେ ପ୍ରସ୍ତୁତି ହୋଇଛି ବୋଲି କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସ କହିଛନ୍ତି ।

ନୂଆ ଭାରିଆଂଟର ମୁକାବିଲା ପାଇଁ ସମସ୍ତ ସରକାରୀ ଓ ବେସରକାରୀ ହସପିଟାଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିବା ସିଏମସି କମିଶନର କହିଛନ୍ତି । ଏସସିବି ଓ ଅଶ୍ୱିନୀ ହସପିଟାଲରେ ବର୍ତ୍ତମାନ ୨୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡିେଲେ ଏହି ସଂଖ୍ୟା ବୃଦ୍ଧି କରାଯିବ । ସହରରେ ବିଦେଶ ଫେରନ୍ତାଙ୍କୁ ନେଇ ସଜାଗ ରହିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.