ପୁଣି ବଢ଼ିଲା ସିଏନଜି ଦର, କିଲୋଗ୍ରାମ ପିଛା ଅଢ଼େଇ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ପୁଣି ବଢ଼ିଛି ସିଏନଜି ମୂଲ୍ୟ । ଆଜି ସିଏନଜି ଦର କିଲୋଗ୍ରାମ ପିଛା ୨.୫ ଟଙ୍କା ବୃଦ୍ଧି ହୋଇଛି | କ୍ରମାଗତ ଦ୍ୱିତୀୟ ଦିନ ପାଇଁ ସିଏଜି ଦରରେ ବୃଦ୍ଧି ଘଟିଛି | ଏପର୍ଯ୍ୟନ୍ତ ଏକ ସପ୍ତାହ ମଧ୍ୟରେ ସିଏନଜି ଦର ୯.୧୦ ଟଙ୍କା ବଢିଲାଣି।

ଗତକାଲି ମଧ୍ୟ ସିଏନଜି ଦର କିଲୋଗ୍ରାମ ପିଛା ୧.୫୦ ଟଙ୍କା ବୃଦ୍ଧି କରାଯାଇଥିଲା | ଆଜି ପୁଣି ୨.୫ ଟଙ୍କା ବୃଦ୍ଧି ପରେ ଦିଲ୍ଲୀରେ ଏକ କିଲୋଗ୍ରାମ ସିଏନଜି ମୂଲ୍ୟ ୬୯.୧୧ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ ଏହା କିଲୋଗ୍ରାମ ପିଛା ୭୧.୬୭ ଟଙ୍କାରେ ବିକ୍ରି ହେଉଛି।

ତେବେ ପ୍ରାୟ ଦୁଇ ସପ୍ତାହ ଧରି ଲଗାତର ବଢ଼ି ଚାଲୁଥିବା ପେଟ୍ରୋଲ ଏବଂ ଡିଜେଲ ଦର ଆଜି ସ୍ଥିର ରହିଛି । ପ୍ରକାଶଥାଉ କି ଯେ ଗତ ୧୭ ଦିନ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୧୦ ଟଙ୍କା ବଢ଼ିଛି ।

Comments are closed.