ଦିଲ୍ଲୀ, ଏନସିଆରରେ ପୁଣି ସିଏନଜି ମହଙ୍ଗା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ସିଏନଜି ପୁଣି ମହଙ୍ଗା ହୋଇଛି । ରବିବାର ଠାରୁ ସିଏନଜି ଦର କିଲୋଗ୍ରାମ ପିଛା ୨ ଟଙ୍କା ବୃଦ୍ଧି ହୋଇଛି। ନୂଆ ଦର ରବିବାର ସକାଳ ୬ଟାରୁ ଲାଗୁ ହୋଇଛି |

ଦର ବୃଦ୍ଧି ପରେ ବର୍ତ୍ତମାନ ସିଏନଜିର ମୂଲ୍ୟ ଦିଲ୍ଲୀରେ ୭୩.୬୧ ଏବଂ ନୋଏଡା ରେ ୭୬.୧୭ ଟଙ୍କାରେ ପହଞ୍ଚିଛି | ଏଥିସହ ଗୁରୁଗ୍ରାମରେ ସିଏନଜି କେଜି ପିଛା ୮୧.୯୨ ଟଙ୍କାକୁ ବୃଦ୍ଧି ପାଇଛି ।

ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ସିଏନଜି ଗ୍ୟାସ ଦର ବୃଦ୍ଧି ହୋଇଛି | ସିଏନଜିର ମୂଲ୍ୟ ରେୱାରିରେ ୮୪.୦୭ ଟଙ୍କା, କର୍ଣ୍ଣାଲ ଏବଂ କୈଥାଲରେ କିଲୋଗ୍ରାମ ପିଛା ସିଏନଜି ୮୨.୨୭ ଟଙ୍କା, କାନପୁର, ହମିରପୁର ଏବଂ ଫତେହପୁରରେ ୮୫.୪୦ ଟଙ୍କା ଏବଂ ଅଜମେର, ପାଲି ଏବଂ ରାଜସମନ୍ଦରେ ୮୩.୮୮ ଟଙ୍କା ରହିଛି।

ଅନ୍ତର୍ଜାତୀୟ ବଜାରରେ ଗ୍ୟାସ ମୂଲ୍ୟ ବୃଦ୍ଧି ପରେ ଗତ ବର୍ଷ ଅକ୍ଟୋବର ମାସରୁ ଭାରତରେ ଗ୍ୟାସ ବିତରକମାନେ ସମୟକ୍ରମେ ଦର ବଢ଼ାଉଛନ୍ତି ।

Comments are closed.