ନୂଆଦିଲ୍ଲୀ : ଗତ ଛଅ ଦିନ ମଧ୍ୟରେ ପଞ୍ଚମ ଥର ଇନ୍ଧନ ମୂଲ୍ୟ ବୃଦ୍ଧି ହେବା ପରେ କଂଗ୍ରେସ ରବିବାର ଦିନ ସରକାରଙ୍କୁ ଘେରିଛି । ଗତ ଆଠ ବର୍ଷ ମଧ୍ୟରେ ଉତ୍ପାଦ ଶୁଳ୍କ ମାଧ୍ୟମରେ ପେଟ୍ରୋଲ ଏବଂ ଡିଜେଲ ଉପରେ ସଂଗ୍ରହ ହୋଇଥିବା ୨୬ ଲକ୍ଷ କୋଟି ଟଙ୍କା ଲାଭର ହିସାବ ଦେବାକୁ କଂଗ୍ରେସ ଦାବି କରିଛି ।
ରବିବାର ପୁଣି ତୈଳ ଦରରେ ବୃଦ୍ଧି ଘଟିଛି । ପେଟ୍ରୋଲ ମୂଲ୍ୟ ଲିଟର ପିଛା ୫୦ ପଇସା ଏବଂ ଡିଜେଲ ପ୍ରତି ଲିଟର ପିଛା ୫୫ ପଇସା ବୃଦ୍ଧି ପାଇଛି । ଏଥିସହ ଗତ ସପ୍ତାହକ ମଧ୍ୟରେ ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ଯଥାକ୍ରମେ ୩.୭୦-୩.୭୫ ଟଙ୍କା ବଢ଼ିଛି ।
पूरी ताकत से ही बताएंगे-
8 साल में डीज़ल/पेट्रोल पर #TaxLoot से ₹26,00,000 CR मुनाफा कमाया।
चुनाव में चूना लगाने के लिए 137 दिन चुप,
फ़िर 6 दिन में ही ⛽ पर ₹3.75/L की लूट?अब किसकी ‘बदनसीबी’ और ‘बदनीयती’ से जनता बेतहाशा महंगाई झेलने को मजबूर है? ?#PetrolDieselPriceHike pic.twitter.com/qboAAzE0xS
— Randeep Singh Surjewala (@rssurjewala) March 27, 2022
କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଗତ ଆଠ ବର୍ଷରେ ଡିଜେଲ, ପେଟ୍ରୋଲ ଉପରେ ଟିକସ ଲୁଟ୍ ରୁ ସରକାରଙ୍କୁ ୨୬ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି | ନିର୍ବାଚନ ପାଇଁ ୧୩୭ ଦିନ ଚୁପ୍, ତା’ପରେ ୬ ଦିନ ମଧ୍ୟରେ ପେଟ୍ରୋଲ, ଡିଜେଲ ଉପରେ ଲିଟର ପିଛା ୩.୭୫ ଟଙ୍କା ଲୁଟ୍ !
ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ପୁରୁଣା ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ପେଟ୍ରୋଲ ଦର ହ୍ରାସ ପାଇଁ ବିରୋଧୀ ଦଳ ତାଙ୍କ (ମୋଦିଙ୍କ) ଭାଗ୍ୟକୁ ଶ୍ରେୟ ଦେଉଥିବା କଥା କୁହାଯାଇଥିଲା । ଭିଡିଓକୁ ଟ୍ୟାଗ୍ କରି ସୁରଜେୱାଲା ପଚାରିଛନ୍ତି, ବର୍ତ୍ତମାନ କାହାର ‘ଦୁର୍ଭାଗ୍ୟ’ ଏବଂ ‘ଦୁଶ୍ଚରିତ୍ର’ କାରଣରୁ ଜନସାଧାରଣ ଦରବୃଦ୍ଧିର ବୋଝ ବହନ କରିବାକୁ ବାଧ୍ୟ ହେଉଛନ୍ତି?
ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ମାନଙ୍କ ଦ୍ଵାରା ଜାରି କରାଯାଇଥିବା ମୂଲ୍ୟ ସମ୍ବନ୍ଧୀୟ ବିଜ୍ଞପ୍ତି ଅନୁଯାୟୀ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୮.୬୧ ରୁ ୯୯.୧୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୮୭ ରୁ ୯୦.୪୨ ଟଙ୍କାକୁ ବୃଦ୍ଧି ପାଇଛି।
Comments are closed.