କର୍ଣ୍ଣାଟକ: ନିଜ ବିଜୟୀ ବିଧାୟକଙ୍କୁ ବେଙ୍ଗାଲୁରୁ ପହଞ୍ଚିବାକୁ କହିଲା କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଥିବା ବେଳେ କଂଗ୍ରେସ ସ୍ପଷ୍ଟ ବହୁମତ ଆଡ଼କୁ ମୁହାଁଉଛି । ସଦ୍ୟତମ ଧାରା ଅନୁଯାୟୀ ୨୨୪ ଆସନ ମଧ୍ୟରୁ କଂଗ୍ରେସ ଏଯାବତ୍ ୧୧୭ ଆସନରେ ଆଗୁଆ ରହିଛି । ବିଜେପି ୭୫ଟି ସିଟରେ ଅଗ୍ରଣୀ ରହିଛି ।

ସେପଟେ ‘ଅପରେସନ ଲୋଟସ୍’ ଭୟରେ କଂଗ୍ରେସ ଅଗ୍ରଣୀ ଓ ବିଜୟ ହାସଲ କରିଥିବା ଏହାର ସମସ୍ତ ବିଧାୟକଙ୍କୁ ଆଜି ବେଙ୍ଗାଲୁରୁରେ ପହଞ୍ଚିବାକୁ କହିଛି। ପାର୍ଟି ସୂତ୍ରରୁ ପ୍ରକାଶ ଯେ ରାଜ୍ୟର ଦୁର୍ଗମ ଅଞ୍ଚଳରୁ ଦଳୀୟ ବିଧାୟକଙ୍କୁ ବେଙ୍ଗାଲୁରୁ ଆଣିବା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ପର୍ଯ୍ୟବେକ୍ଷକମାନଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି।

Comments are closed.