ହନୁମାନଙ୍କୁ ଆଦିବାସୀ କହିଲେ କଂଗ୍ରେସ ବିଧାୟକ

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ଜଙ୍ଗଲ ମନ୍ତ୍ରୀ ତଥା ଧର ଜିଲ୍ଲାର ଗାନ୍ଧୱାନୀରୁ କଂଗ୍ରେସ ବିଧାୟକ ଉମଙ୍ଗ ସିଙ୍ଗର ହନୁମାନଙ୍କୁ ଆଦିବାସୀ ବୋଲି କହିଛନ୍ତି । ଧର ଜିଲ୍ଲାର ବାଗରେ ବିର୍ସା ମୁଣ୍ଡାଙ୍କ ୧୨୩ ତମ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଉମର ସିଙ୍ଗର କହିଛନ୍ତି, ଯେଉଁମାନେ ପ୍ରଭୁ ଶ୍ରୀ ରାମଙ୍କୁ ଲଙ୍କାକୁ ନେଇଥିଲେ ସେମାନେ ଆଦିବାସୀ ଥିଲେ । କିନ୍ତୁ ସେମାନଙ୍କୁ ବାନର ଆଖ୍ୟା ଦିଆଯାଇଥିଲା ।

ସେ କହିଛନ୍ତି, ଆଦିବାସୀମାନେ ହିଁ ପ୍ରଭୁ ଶ୍ରୀ ରାମଙ୍କୁ ଲଙ୍କାକୁ ନେଇଥିଲେ। କିନ୍ତୁ କଥାକାରମାନେ ସେମାନଙ୍କୁ ମାଙ୍କଡ଼ ବୋଲି କହିଛନ୍ତି। ଭଗବାନ ଶ୍ରୀ ହନୁମାନ ମଧ୍ୟ ଜଣେ ଆଦିବାସୀ। ଆମେ ବିର୍ସା ମୁଣ୍ଡାର ବଂଶଧର, ଆମେ ତାନ୍ତ୍ୟା ମାମାଙ୍କ ବଂଶଧର, ଆମେ ହନୁମାନଜୀଙ୍କ ବଂଶଧର | ଗର୍ବର ସହିତ କୁହ ଆମେ ଆଦିବାସୀ।

କଂଗ୍ରେସ ବିଧାୟକ ଉମଙ୍ଗ ସିଙ୍ଗରଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments are closed.