ଡ୍ରଗ୍ସ ମାମଲାରେ କଂଗ୍ରେସ ବିଧାୟକ ଗିରଫ

ଚଣ୍ଡିଗଡ଼: ଗିରଫ ହୋଇଛନ୍ତି ପଞ୍ଜାବର କଂଗ୍ରେସ ବିଧାୟକ ସୁଖପାଲ ଖୈରା । ୮ ବର୍ଷ ତଳର ଏକ ଡ୍ରଗ୍ସ ମାମଲାରେ ଜଲାଲାବାଦ ପୋଲିସ ଗୁରୁବାର ସକାଳ ପ୍ରାୟ ୬:୩୦ରେ ସୁଖପାଲଙ୍କୁ ତାଙ୍କ ବାସଭବନରୁ ଗିରଫ କରିଛି।

ତାଙ୍କୁ ଗିରଫ କରିବା ପାଇଁ ଜଲାଲାବାଦ ପୋଲିସ ଆଜି ସକାଳେ ଚଣ୍ଡିଗଡ଼ ସ୍ଥିତ ସୁଖପାଲଙ୍କ ବାସଭବନରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ବିନା ଗିରଫ ଓ୍ବାରେଣ୍ଟରେ ତାଙ୍କୁ ଗିରଫ କରାଯାଇଛି ବୋଲି ସୁଖପାଲ ଅଭିଯୋଗ କରିଛନ୍ତି । ପୋଲିସ କହିଛି ଯେ ତାଙ୍କ ବିରୋଧରେ ଥିବା ଏକ ପୁରୁଣା ଏନଡିପିଏସ୍ ଆକ୍ଟ ମାମଲାରେ ସୁଖପାଲଙ୍କୁ ଗିରଫ କରାଯାଇଛି। ତେବେ କଂଗ୍ରେସ ବିଧାୟକ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ ତାଙ୍କ ବିରୋଧରେ ଆକ୍ରୋଶ ପୂର୍ବକ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସୁଖପାଲଙ୍କୁ ଆଜି ଜଲାଲାବାଦ କୋର୍ଟରେ ହାଜର କରାଯିବ ।

Comments are closed.