‘୨୪ ଘଣ୍ଟା ମଧ୍ୟରେ ଯାଇଥିଲା ରାହୁଲଙ୍କ ଲୋକସଭା ସଦସ୍ୟତା, ବିଜେପି ସାଂସଦ କଠେରିୟାଙ୍କ ଉପରେ ନିଷ୍ପତ୍ତି କେବେ?’ ଲୋକସଭା ବାଚସ୍ପତିଙ୍କୁ କଂଗ୍ରେସର ପ୍ରଶ୍ନ

ନୂଆଦିଲ୍ଲୀ: ମୋଦୀ ସରନେମ୍ ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିବାର ୪୮ ଘଣ୍ଟା ପରେ ବି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ଫେରାଯାଇନି । ରାହୁଲଙ୍କୁ ସାଂସଦ ଭାବେ ପୁନଃ ଅବସ୍ଥାପିତ କରିବାକୁ ଜାଣିଶୁଣି ବିଳମ୍ବ କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି ।

କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଲୋକସଭା ବାଚସ୍ପତିଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଦିଗବିଜୟ କହିଛନ୍ତି, ବିଜେପି ସାଂସଦ ରାମଶଙ୍କର କଠେରିୟାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ହୋଇଛି । ରାହୁଲ ଗାନ୍ଧୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଏବେ ଦେଖିବା କଠେରିୟାଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେଉଛି କି ନାହିଁ | ଦେଖିବା ଲୋକସଭାର ବାଚସ୍ପତି କିପରି ନିରପେକ୍ଷତା ସହ କାର୍ଯ୍ୟ କରନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨୦୧୧ରେ ଏକ ଘରୋଇ ବିଦ୍ୟୁତ କମ୍ପାନୀର କର୍ମଚାରୀଙ୍କୁ ମାଡ଼ ମାରିବା ମାମଲାରେ ଆଗ୍ରାର ଏମପି / ଏମ୍କୋଏଲ୍ଏ କୋର୍ଟର ସ୍ୱତନ୍ତ୍ର ମାଜିଷ୍ଟ୍ରେଟ ବିଜେପି ସାଂସଦ ରାମଶଙ୍କର କଠେରିୟାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି ।

Comments are closed.