ମଧ୍ୟ ପ୍ରଦେଶ ନିର୍ବାଚନ: କଂଗ୍ରେସ ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା, ୧୪୪ ନାମ ଉପରେ ମୋହର

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଦଳ ୨୩୦ଟି ଆସନ ମଧ୍ୟରୁ ୧୪୪ ନାମ ଉପରେ ମୋହର ମାରିଛି । କମଲ ନାଥ ଏଥର ମଧ୍ୟ ଛିନ୍ଦଓ୍ବାଡାରୁ ନିର୍ବାଚନ ଲଢ଼ିବେ। ପ୍ରଥମ ପ୍ରାର୍ଥୀ ତାଲିକା ନବରାତ୍ରୀ ଦିନ ଘୋଷଣା କରାଯିବ ବୋଲିି ଦଳ ପୂର୍ବରୁ କହିଥିଲା |

ଦଳ କମଲ ନାଥଙ୍କୁ ଛିନ୍ଦଓ୍ବାଡାରୁ ପ୍ରାର୍ଥୀ କରିଥିବା ବେଳେ ଇନ୍ଦୋରରୁ ସଞ୍ଜୟ ଶୁକ୍ଲା ବିଜେପି ଭେଟେରାନ କୈଲାଶ ବିଜୟଭର୍ଗିୟଙ୍କ ବିରୋଧରେ ଲଢ଼ିବେ। ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ପୁଅ ଏବଂ ଭାଇଙ୍କୁ ମଧ୍ୟ ଟିକେଟ୍ ଦେଇଛି।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ଗତଥର ଅଚାନକ କ୍ଷମତା ପରିବର୍ତ୍ତନରୁ ଶିକ୍ଷା ନେଇ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଗତ ଥର କ୍ଷମତାକୁ ଆସିବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ପରେ ରାଜ୍ୟରେ କଂଗ୍ରେସ ସରକାର ଭାଙ୍ଗିଯାଇଥିଲା । କଂଗ୍ରେସର ଦଳୀୟ କନ୍ଦଳରୁ ଲାଭ ଉଠାଇ ବିଜେପି କ୍ଷମତାକୁ ଫେରିଥିଲା ।

ଗତଥର ଘଟଣାକ୍ରମକୁ ଦୃଷ୍ଟିରେ ରଖି ଏଥର ପାର୍ଟି କେବଳ ବିଶ୍ୱସ୍ତ ଲୋକଙ୍କୁ ଏବଂ ଆଭ୍ୟନ୍ତରୀଣ ସର୍ଭେ ଫଳାଫଳ ଅନୁଯାୟୀ ଟିକେଟ୍ ଦେଇଛି। ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ନଭେମ୍ବର ୧୭ରେ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ।

Comments are closed.