ସ୍ୱତନ୍ତ୍ର ଅଧିବେଶନର ଏଜେଣ୍ଡା କ’ଣ ତାହା କେବଳ ‘ଜଣେ ବ୍ୟକ୍ତି’ ହିଁ ଜାଣିଛନ୍ତି : କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ବୁଧବାର ପୁଣି ସଂସଦର ସ୍ୱତନ୍ତ୍ର ଅଧିବେଶନର ଏଜେଣ୍ଡା ଉପରେ ପ୍ରଶ୍ନ ଉଠାଇଛି । କଂଗ୍ରେସ କହିଛି, ସ୍ଵତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ମାତ୍ର ପାଞ୍ଚ ଦିନ ବାକି ଅଛି, କିନ୍ତୁ ବୋଧହୁଏ ‘ଜଣେ ବ୍ୟକ୍ତି’ଙ୍କୁ ଛାଡ଼ି ଏହି ଅଧିବେଶନର ଏଜେଣ୍ଡା ସମ୍ପର୍କରେ ଆଉ କାହା ପାଖରେ କୌଣସି ସୂଚନା ନାହିଁ |

ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ମଧ୍ୟ ଅତୀତରେ ଅନୁଷ୍ଠିତ ସଂସଦର କିଛି ସ୍ବତନ୍ତ୍ର ବୈଠକ ବିଷୟରେ ଉଲ୍ଲେଖ କରି କହିଛନ୍ତି ଏଜେଣ୍ଡା ବିଷୟରେ ଆଗୁଆ ସୂଚନା ଦିଆଯାଉଥିଲା ।

କାହାର ନାମ ନ ନେଇ ସେ ‘ଏକ୍ସ’ ରେ ପୋଷ୍ଟ କରିଛନ୍ତି, “ଆଜି ହେଉଛି ୧୩ ସେପ୍ଟେମ୍ବର | ସଂସଦର ପାଞ୍ଚ ଦିନିଆ ସ୍ୱତନ୍ତ୍ର ଅଧିବେଶନ ପାଞ୍ଚ ଦିନ ପରେ ଆରମ୍ଭ ହେବ । କିନ୍ତୁ ଜଣେ ବ୍ୟକ୍ତି (ବୋଧହୁଏ ଆଉ ଜଣେ ମଧ୍ୟ)ଙ୍କୁ ଛାଡ଼ି ଅନ୍ୟ କେହି ଏଜେଣ୍ଡା ବିଷୟରେ ଅବଗତ ନୁହଁନ୍ତି। ଅତୀତରେ ଯେତେବେଳେ ବି ସ୍ୱତନ୍ତ୍ର ଅଧିବେଶନ କିମ୍ବା ସ୍ୱତନ୍ତ୍ର ବୈଠକ ବସୁଥିଲା, ଏଜେଣ୍ଡା ସମ୍ପର୍କରେ ଆଗରୁ ସୂଚନା ଦିଆଯାଉଥିଲା। ”

ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ | କିନ୍ତୁ ସରକାର ଏହି ଅଧିବେଶନର ଏଜେଣ୍ଡା ସମ୍ପର୍କରେ କିଛି ସ୍ପଷ୍ଟ କରି ନାହାଁନ୍ତି ।

Comments are closed.