ନୂଆଦିଲ୍ଲୀ : ଦିଲ୍ଲୀର ମଣ୍ଡୋଲି ଜେଲରେ ଥିବା ଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିସ୍ଫୋରକ ବୟାନ ପରେ ରାଜନୀତି ସରଗରମ ହୋଇଉଠିଛି । ସୁକେଶ ଚନ୍ଦ୍ରଶେଖର ଦାବି କରିଛନ୍ତି ଯେ ସେ ତିହାର ଜେଲରେ ଥିବା ଆମ୍ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ୧୦ କୋଟି ଟଙ୍କା ଦେଇଛନ୍ତି। ଏହି ଟଙ୍କା ତାଙ୍କୁ ସେ ପ୍ରୋଟେକ୍ସନ ମନି ଭାବେ ଦେଇଥିବା ସୁକେଶ ଚନ୍ଦ୍ରଶେଖର ଦାବି କରିଛନ୍ତି ।
ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କୁ ଲେଖିଥିବା ଏକ ଚିଠିରେ ଚନ୍ଦ୍ରଶେଖର ଦାବି କରିଛନ୍ତି ଯେ ସେ ସତ୍ୟେନ୍ଦ୍ର ଜୈନଙ୍କୁ ୨୦୧୫ ମସିହାରୁ ଜାଣିଛନ୍ତି। ଦକ୍ଷିଣ ଭାରତରେ ତାଙ୍କୁ ଦଳରେ ଏକ ଉଚ୍ଚ ପଦବୀର ପ୍ରତିଶ୍ରୁତି ଦିଆଯାଇଥିବାରୁ ସେ ଆପକୁ ମୋଟ ୫୦ କୋଟି ଟଙ୍କା ପ୍ରଦାନ କରିଥିଲେ ବୋଲି ଚିଠିରେ କହିଛନ୍ତି ।
ଫୋର୍ଟିସ୍ ହେଲଥ କେୟାରର ପୂର୍ବତନ ପ୍ରମୋଟର ଶିବିନ୍ଦର ମୋହନ ସିଂଙ୍କ ପତ୍ନୀ ଆଦିତୀଙ୍କ ପରି ହାଇ ପ୍ରୋଫାଇଲ୍ ଲୋକଙ୍କଠାରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ସୁକେଶ ଚନ୍ଦ୍ରଶେଖରଙ୍କୁ ଗିରଫ କରାଯାଇଥିଲା।
ଚିଠିରେ ଦାବି କରାଯାଇଛି ଯେ ସତ୍ୟେନ୍ଦ୍ର ଜୈନ ୨୦୧୭ ଏବଂ ୨୦୧୯ ମସିହାରେ ତାଙ୍କୁ ଭେଟିବା ପାଇଁ ଜେଲକୁ ଆସିଥିଲେ। ନିରାପଦରେ ଜେଲରେ ରହିବାକୁ ଏବଂ ସୁବିଧା ପାଇବାକୁ ତାଙ୍କୁ ପ୍ରତି ମାସରେ ଦୁଇ କୋଟି ଟଙ୍କା ଦେବାକୁ କୁହାଯାଇଥିଲା।
ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି କହିଛି ଯେ ଗୁଜରାଟରେ ଦୁର୍ନୀତି ଏବଂ ପୋଲ ଭୁଶୁଡ଼ି ୧୪୧ ମୃତ୍ୟୁରୁ ଧ୍ୟାନ ହଟାଇବା ପାଇଁ ଦେଶର ସବୁଠାରୁ ବଡ ଠକର ସହାୟତା ନେଇଛି ବିଜେପି।
ଏହି ପ୍ରସଙ୍ଗରେ ଅରବିନ୍ଦ କେଜ୍ରିୱାଲ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ଟୁଇଟ୍ କରି ଲେଖିଛନ୍ତି ଯେ ଗୁଜରାଟରେ ବିଜେପିର ଅବସ୍ଥା ଏତେ ଖରାପ ହୋଇଯାଇଛି ଯେ ଦଳକୁ ଦେଶର ସବୁଠାରୁ ବଡ ଠକର ସାହାଯ୍ୟ ନେବାକୁ ପଡୁଛି।
ସୁକେଶ ଚନ୍ଦ୍ରଶେଖରଙ୍କ ଚିଠି ପରେ ଆପ୍ ବିଜେପିର ଟାର୍ଗେଟରେ ରହିଛି। ବିଜେପିର ଦିଲ୍ଲୀ ରାଜ୍ୟ ସଭାପତି ଆଦେଶ ଗୁପ୍ତା କହିଛନ୍ତି ଯେ ଜେଲ ଭିତରେ ଥିବା ଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ସତ୍ୟେନ୍ଦ୍ର ଜୈନ ଠକିଛନ୍ତି ।
ସେ କହିଛନ୍ତି ଯେ ଦିଲ୍ଲୀ ସରକାରଙ୍କ ଜେଲ ମନ୍ତ୍ରୀ ଗତ ୬ ମାସ ଧରି ଜେଲରୁ ହିଁ ତାଙ୍କ ଧନ୍ଦା ଚଳାଉଛନ୍ତି।
Comments are closed.