କରୋନା ଅପଡେଟ୍: ପୁଣି ବଢ଼ିଲା ସଂକ୍ରମଣ, ଦିନକରେ ୩୭,୫୯୩ ଆକ୍ରାନ୍ତ ଚିହ୍ନଟ, ୬୪୮ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ବିପଦ ସମ୍ପୂର୍ଣ୍ଣ ରୂପେ ଟଳିନାହିଁ । ସମ୍ଭାବ୍ୟ ତୃତୀୟ ଲହରୀ ଆଶଙ୍କା ମଧ୍ୟରେ ଦେଶରେ ପୁଣି ଥରେ ଦୈନିକ ମାମଲା ବୃଦ୍ଧି ପାଇବାରେ ଲାଗିଛି। ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩୭,୫୯୩ ନୂତନ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ​ ୬୪୮ ରୋଗୀ ପ୍ରାଣ ହରାଇଛନ୍ତି। ଏହାପୂର୍ବରୁ ଗତକାଲି ୨୫,୪୬୭ କରୋନା ମାମଲା ଆସିଥିଲା। ଦିନକରେ ୩୪,୧୬୯ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି, ଅର୍ଥାତ୍ ଗତକାଲି ୨୭୭୬ ସକ୍ରିୟ ମାମଲା ବୃଦ୍ଧି ପାଇଛି |

 

ଦଶରେ କରୋନା ମହାମାରୀ ବ୍ୟାପିବା ଆରମ୍ଭରୁ ମୋଟ ତିନି କୋଟି ୨୫ ଲକ୍ଷ ୧୨ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୪ ଲକ୍ଷ ୩୫ ହଜାର ୭୫୮ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୩ କୋଟି ୧୭ ଲକ୍ଷ ୫୪ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ତିନି ଲକ୍ଷରୁ ଅଧିକ ରହିଛି | ସମୁଦାୟ ୩ ଲକ୍ଷ ୨୨ ହଜାର ଲୋକ ଏବେବି ଚିକିତ୍ସାଧୀନ ଅଛନ୍ତି ।

 

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଅଗଷ୍ଟ ୨୪ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ୫୯ କୋଟି ୫୫ ଲକ୍ଷ ୪ ହଜାର ଡୋଜ୍ କରୋନା ଟିକା ଦିଆଯାଇଛି। ଗତ ୨୪ ଘଣ୍ଟାରେ ଆଉ ୬୧.୯୦ ଲକ୍ଷ ଟିକା ଦିଆଯାଇଥିଲା। ଏଥି ସହିତ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଅନୁଯାୟୀ ଏପର୍ଯ୍ୟନ୍ତ ୫୧ କୋଟି ୧୧ ଲକ୍ଷ କରୋନା ପରୀକ୍ଷା କରାଯାଇଛି। ଗତକାଲି ପ୍ରାୟ ୧୭.୯୨ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭିଟି ହାର ୩ ପ୍ରତିଶତରୁ କମ୍ ଅଟେ |

Comments are closed.