‘କେଜିଏଫ୍-୨’ ର ଗୀତ ବ୍ୟବହାର ପାଇଁ କଂଗ୍ରେସ ଦଳର ଟ୍ବିଟର ଆକାଉଣ୍ଟ ବ୍ଲକ୍ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ କୋର୍ଟ ଟ୍ୱିଟରକୁ କଂଗ୍ରେସ ଦଳ ଓ ଭାରତ ଯୋଡ ଯାତ୍ରାର ଆକାଉଣ୍ଟ ସାମୟିକ ଭାବେ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କପିରାଇଟ୍ ମାମଲାରେ ଏମଆରଟି ମ୍ୟୁଜିକ୍ କମ୍ପାନୀ ତରଫରୁ ହୋଇଥିବା ଆବେଦନ ଉପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଚାଲିଥିବା କଂଗ୍ରେସର ଭାରତ ଯୋଡ ଯାତ୍ରାରେ କେଜିଏଫ୍-୨ ଫିଲ୍ମର ଗୀତ ବ୍ୟବହାର କରାଯାଇଥିଲା । ଏହାର ଭିଡିଓ ମଧ୍ୟ ଦଳର ଟ୍ବିଟର ହ୍ୟାଣ୍ଡଲରୁ ସେୟାର କରାଯାଇଥିଲା | ବିନା ଅନୁମତିରେ କଂଗ୍ରେସ ଏହି ଫିଲ୍ମର ଗୀତ ବ୍ୟବହାର କରି କପିରାଇଟ୍ ଉଲ୍ଲଂଘନ କରିଛି ବୋଲି ଏମଆରଟି ମ୍ୟୁଜିକ୍ କମ୍ପାନୀ ଅଭିଯୋଗ କରିଥିଲା |

ଯଶଓ୍ବନ୍ତପୁର ପୋଲିସ ଥାନାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜୟରାମ ରମେଶ ଏବଂ ସୁପ୍ରିୟା ଶ୍ରୀନତେଙ୍କ ବିରୋଧରେ କପିରାଇଟ୍ ଉଲ୍ଲଂଘନ ନେଇ ଏମଆରଟି ମ୍ୟୁଜିକ୍ ତରଫରୁ ଏକ ମାମଲା ରୁଜୁ କରାଯାଇଥିଲା ।

Comments are closed.