ଭିସା ସ୍କାମ୍: କାର୍ତ୍ତି ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ:ଚୀନ୍ ନାଗରିକଙ୍କ ଭିସା ସହ ଜଡିତ ଏକ ସ୍କାମ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନକୁ ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ ଖାରଜ କରିଦେଇଛନ୍ତି।

ସ୍ୱତନ୍ତ୍ର ଜଜ୍ ଏମ୍ ନାଗପାଲ କାର୍ତ୍ତିଙ୍କୁ କୌଣସି ଆଶ୍ବସ୍ତି ଦେବାକୁ ମନା କରିଦେଇଥିଲେ । ୨୦୧୧ରେ ଯେତେବେଳେ ତାଙ୍କ ବାପା ପି.ଚିଦାମ୍ବରମ କେନ୍ଦ୍ରମନ୍ତ୍ରୀ ଥିଲେ, କାର୍ତ୍ତି ୨୬୩ ଚୀନ୍ ନାଗରିକଙ୍କ ଭିସା କରାଇଦେବା ଲାଗି ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିକଟରେ କାର୍ତ୍ତି ଏବଂ ଅନ୍ୟମାନଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା।

Comments are closed.