୮୦ ହଜାର ପୋଲିସ କଣ କରୁଥିଲେ ? ଅମୃତପାଲ ସିଂକୁ ଧରିବାରେ ବିଫଳତା ନେଇ ପଞ୍ଜାବ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ

ଚଣ୍ଡିଗଡ଼: ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ ମାମଲାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ମଙ୍ଗଳବାର ପଞ୍ଜାବ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ପଞ୍ଜାବ ସରକାରଙ୍କ ପାଖରେ ଏତେ ବଡ଼ ପୋଲିସ ଫୋର୍ସ ଅଛି। ଏହା ସତ୍ତ୍ୱେ ପୋଲିସ ଅମୃତପାଲଙ୍କୁ ଧରିବାରେ ବିଫଳ ହୋଇଥିଲା। ଏହା ପଞ୍ଜାବ ପୋଲିସର ଗୁଇନ୍ଦା ବିଫଳତାକୁ ଦର୍ଶାଉଛି । ରାଜ୍ୟର ୮୦,୦୦୦ ପୋଲିସ କଣ କରୁଥିଲେ ବୋଲି କହି ପଞ୍ଜାବ ସରକାରଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ ।

ହାଇକୋର୍ଟଙ୍କ ଭର୍ତ୍ସନା ପରେ ପଞ୍ଜାବ ସରକାର କହିଛନ୍ତି ଯେ ଅମୃତପାଲ ଉପରେ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଲଗାଯାଇଛି। ଏବେ ଚାରି ଦିନ ପରେ ଏହି ମାମଲାର ଶୁଣାଣି ହେବ। ପଞ୍ଜାବ ସରକାରଙ୍କୁ ଏହି ମାମଲାରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.