ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ ଆଉ ୨ ହଜାର ୭୭୨ ଆକ୍ରାନ୍ତ , ୨ ଲକ୍ଷ ୩୮ ହଜାର ପାର କଲା ସୁସ୍ଥଙ୍କ ସଂଖ୍ୟା | News Room Odisha

ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ ଆଉ ୨ ହଜାର ୭୭୨ ଆକ୍ରାନ୍ତ , ୨ ଲକ୍ଷ ୩୮ ହଜାର ପାର କଲା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର – ରାଜ୍ୟରେ କୋରୋନାରୁ ସୁସ୍ଥ ହୋଇଥିବା ତାଲିକାରେ ଆଜି ଯୋଡି ହୋଇଯାଇଛନ୍ତି ଆଉ ୨ ହଜାର ୭୭୨ ଲୋକ । ଏଥିସହ ରାଜ୍ୟରେ ସୁସ୍ଥ ଲୋକଙ୍କ ସଂଖ୍ୟା ୨ ଲକ୍ଷ ୩୮ ହଜାର ୫୩୫ରେ ପହଂଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୪୫୭, କଟକରୁ ୨୦୨, ପୁରୀରୁ ୧୮୫, ଅନୁଗୁଳରୁ ୧୮୨, କେନ୍ଦ୍ରାପଡାରୁ ୧୫୦, ନୂଆପଡାରୁ ୧୪୨, ସୁନ୍ଦରଗଡରୁ ୧୦୬, ବାଲେଶ୍ୱରରୁ ୯୪, ଯାଜପୁରରୁ ୯୧, କଳାହାଣ୍ଡିରୁ ୭୮, ବଲାଙ୍ଗିରରୁ ୭୪, ବରଗଡରୁ ୭୩, କେନ୍ଦୁଝରରୁ ୭୨ ଓ ସମ୍ବଲପୁରରୁ ୭୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ୩୧ ଆକ୍ରାନ୍ତ ।