ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫ କୋଟି ଟଙ୍କାର ହାତଘଣ୍ଟା ଜବତ କଲା କଷ୍ଟମ ବିଭାଗ

ମୁମ୍ବାଇ: ପୁଣି ବିବାଦରେ ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କର ୫ କୋଟି ଟଙ୍କାର ହାତଘଣ୍ଟାକୁ କଷ୍ଟମ୍ ବିଭାଗ ଦ୍ୱାରା ଜବତ କରାଯାଇଛି | କଷ୍ଟମ ବିଭାଗ କହିଛି ଯେ ହାର୍ଦ୍ଦିକ ପାଣ୍ଡ୍ୟାା ତାଙ୍କର ଏହି ଦାମିକା ଘଣ୍ଟା ପାଇଁ ବିଲ୍ ଦେଖାଇ ପାରିନଥିଲେ କି ସେ ଲଗେଜରେ ଏହି ଘଣ୍ଟା ସମ୍ପର୍କରେ କଷ୍ଟମ୍ ବିଭାଗକୁ ସୂଚନା ଦେଇନଥିଲେ।

ଆଇସିସି ଟୁର୍ନାମେଣ୍ଟରୁ ବାଦ୍ ପଡ଼ିବା ପରେ ଭାରତୀୟ ଦଳ ସ୍ବଦେଶ ଫେରିଛନ୍ତି। ରବିବାର ବିଳମ୍ବିତ ରାତିରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦଳ ସହିତ ଫେରିଥିଲେ, କିନ୍ତୁ ତାଙ୍କୁ କଷ୍ଟମ୍ସ ବିଭାଗ ଅଟକାଇଥିଲା ଏବଂ ତାଙ୍କର ୫ କୋଟି ଟଙ୍କାର ଦୁଇଟି ଘଣ୍ଟାର କାଗଜପତ୍ର ମାଗିଥିଲା । କିନ୍ତୁ ପାଣ୍ଡ୍ୟା ସଠିକ ଦସ୍ତାବିଜ ଦେଇ ନ‌ପାରିବାରୁ ତାଙ୍କ ଘଣ୍ଟାକୁ ଜବତ କରିଥିଲା।

ନିକଟରେ ଶେଷ ହୋଇଥିବା ଆଇସିସି ଟି-୨୦ ବିଶ୍ୱକପରେ ହାର୍ଦ୍ଦିକ ପାଣ୍ଡ୍ୟା ଫ୍ଲପ୍ ସାବ୍ୟସ୍ତ ହୋଇଥିଲେ। ପାଣ୍ଡ୍ୟା ଏହି ଟୁର୍ନାମେଣ୍ଟରେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ। ସେ ଟି-୨୦ କ୍ରିକେଟ୍ ବିଶ୍ୱକପରେ ୩ଟି ଇନିଂସରେ ମାତ୍ର ୬୯ ରନ୍ କରିଥିଲେ ​​| ଏଥିପାଇଁ ଚୟନକର୍ତ୍ତା ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟି-୨୦ ସିରିଜରୁ ବାଦ୍ ଦେଇଛନ୍ତି ।

Comments are closed.