ବଢ଼ିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବଢ଼ାଇଛନ୍ତି ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କର୍ମଚାରୀମାନଙ୍କ ଡିଏ ୪% ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ବର୍ଦ୍ଧିତ ଡିଏ ଜାନୁଆରୀ ୧, ୨୦୨୪ରୁ ଲାଗୁ ହେବ। ଡିଏ ବୃଦ୍ଧି ପରେ କର୍ମଚାରୀଙ୍କ ଭତ୍ତା ୪୬% ରୁ ୫୦%କୁ ବୃଦ୍ଧି ପାଇଛି । ଡିଏ ବୃଦ୍ଧି ନିଷ୍ପତ୍ତି ଦ୍ବାରା ପ୍ରାୟ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୮ ଲକ୍ଷ ପେନସନଭୋଗୀ ଉପକୃତ ହେବେ।
କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି,  ଡିଏରେ ୪% ବୃଦ୍ଧି ସହ ସରକାରଙ୍କ ଉପରେ ୧୨,୮୬୮ କୋଟି ବୋଝ ପଡ଼ିବ। ଶେଷଥର ଅକ୍ଟୋବର ୨୦୨୩ରେ କେନ୍ଦ୍ର କର୍ମଚାରୀଙ୍କ ଡିଏ  ବୃଦ୍ଧି କରାଯାଇଥିଲା । ସେଥର ମଧ୍ୟ ଡିଏ ୪% ବଢ଼ାଇଥିଲେ ସରକାର।

Comments are closed.