ମନି ଲଣ୍ଡରିଂ ମାମଲା: ଦାଉଦ୍ ଇବ୍ରାହିମର ଭାଇ ଇକବାଲ କାସକରକୁ ଗିରଫ କଲା ଇଡି

ମୁମ୍ବାଇ: ନିକଟରେ ଦାଉଦ୍ ଇବ୍ରାହିମ୍ ଏବଂ ତା’ର ସହଯୋଗୀଙ୍କ ବିରୋଧରେ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାଉଦ୍ ର ଭାଇ ଇକବାଲ କାସକରଙ୍କୁ ଥାନେରୁ ଗିରଫ କରିଛି।ଦାଉଦ୍ ଇବ୍ରାହିମଙ୍କ ଭାଇ ଇକବାଲ କାସକରକୁ ପିିିମ୍ଏ୍ଏଏଲ୍ଏ କୋର୍ଟରେ ହାଜର କରି ଇଡି ତାକୁ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା, ଯାହାକୁ କୋର୍ଟ ଅନୁମତି ଦେଇଛନ୍ତି ।

ଇକବାଲ କାସକରଙ୍କୁ ପଚରାଉଚରା ପାଇଁ ଅନୁମତି ମାଗି ଇଡି କୋର୍ଟରେ ଏକ ଆବେଦନ କରିଥିଲା। ମଙ୍ଗଳବାର ଦିନ ଛୋଟା ଶକିଲର ସହଯୋଗୀ ସଲିମ କୁରେଶି ଓରଫ୍ ସଲିମ ଫ୍ରୁଟଙ୍କୁ ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରାଯାଇଥିଲା। ଆତଙ୍କବାଦ ବିସ୍ତାର କରିବା ତଥା ଧାର୍ମିକ ସୌହାର୍ଦ୍ଦ୍ୟ ଭଣ୍ଡୁର କରିବା ପାଇଁ ଗତ ସପ୍ତାହରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅନୁଯାୟୀ ଦାଉଦ୍ ଇବ୍ରାହିମ ଡି-କମ୍ପାନୀ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଥିବା ଇଡି ମାମଲା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ମାମଲା ସହ ଜଡିତ।ଡି-କମ୍ପାନୀ ସହିତ ଜଡିତ ଅର୍ଥ ହେରଫେର ମାମଲାରେ ପ୍ରାୟ ୭୦ ଇଡି ଅଧିକାରୀ ଦାଉଦ ଇବ୍ରାହିମର ଭାଇ ଇକବାଲ କାସକରଙ୍କ ଘର, ଛୋଟା ଶକିଲର ଭାଉଜ ସଲିମ ଫ୍ରୁଟ ଏବଂ ଇବ୍ରାହିମର ଭଉଣୀ ହସିନା ପାର୍କରଙ୍କ ସମେତ ୧୦ଟି ଜାଗାରେ ଚଢ଼ାଉ କରିଥିଲା।

Comments are closed.