ଭାଇରାଲ ଭିଡ଼ିଓକୁ ନେଇ ବିବାଦ ପରେ କ୍ଷମା ମାଗିଲେ ଦଲାଇ ଲାମା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓକୁ ନେଇ ବିବାଦ ଉଠିବା ପରେ ତିବ୍ବତୀୟ ଧର୍ମଗୁର ଦଲାଇ ଲାମା କ୍ଷମା ମାଗିଛନ୍ତି।

ତିବ୍ଦତରୁ ନିର୍ବାସିତ ହେବା ପରଠୁ ଦଲାଇ ଲାମା ଭାରତରେ ରହିଆସୁଛନ୍ତି। ଭାଇରାଲ୍ ହେଉଥିବା ଦଲାଇ ଲାମାଙ୍କ ଏକ ଭିଡିଓରେ ସେ ଜଣେ ନାବାଳକର ଓଠକୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳୁଛି । ଶିଶୁର ଓଠକୁ ଚୁମ୍ବନ ଦେବା ପରେ ସେ ତାଙ୍କୁ ଜିଭ ଚାଟିବାକୁ କହୁଛନ୍ତି |

ରବିବାର ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ସୋସିଆଲ ମିଡିଆରେ ଦଲାଇ ଲାମାଙ୍କ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଲୋକଙ୍କ କ୍ରୋଧ ଦେଖି ଦଲାଇ ଲାମାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ନାବାଳକ ଓ ତାର ପରିବାରକୁ କ୍ଷମା ପ୍ରାର୍ଥନା କରାଯାଇଛି ।

ଦଲାଇ ଲାମାଙ୍କ ତରଫରୁ ଜାରି ବିବୃତ୍ତିରେ କୁହାଯାଇଛି, ଏକ ଭିଡିଓ ସେୟାର କରାଯାଉଛି। ଏହି ଭିଡିଓ ନିକଟରେ ଅନୁଷ୍ଠିତ ଏକ ସଭାର, ଯେଉଁଥିରେ ଜଣେ ବାଳକ ଧାର୍ମିକ ନେତା ଦଲାଇ ଲାମାଙ୍କୁ ଆଲିଙ୍ଗନ କରିପାରିବେ କି ବୋଲି ପଚାରୁଛନ୍ତି। ଯଦି ତାଙ୍କ କଥା ବାଳକ ଓ ତାଙ୍କ ପରିବାର ଏବଂ ବିଶ୍ବର ବନ୍ଧୁମାନଙ୍କୁ ଆଘାତ ଦେଇଛି, ତେବେ ସେ ସେମାନଙ୍କ ନିକଟରେ କ୍ଷମା ମାଗିବାକୁ ଚାହୁଁଛନ୍ତି | ଏହି ଘଟଣା ପାଇଁ ସେ ଦୁଃଖିତ। ସର୍ବସାଧାରଣରେ ହେଉ ଅବା କ୍ୟାମେରା ଆଗରେ ଆମ ଧାର୍ମିକ ନେତା ସାଧାରଣତଃ ତାଙ୍କୁ ଭେଟୁଥିବା ଲୋକଙ୍କୁ ଏହିପରି ସାବଲୀଳ ଏବଂ ମଜାଳିଆ ଢଙ୍ଗରେ ଥଟ୍ଟା କରନ୍ତି | ଏହି ଘଟଣା ପାଇଁ ସେ ଦୁଃଖିତ।

Comments are closed.