ନାସାଲ୍ ବୁଷ୍ଟର୍ ଡୋଜର ଟ୍ରାଏଲ୍ ପାଇଁ ଭାରତ ବାୟୋଟେକକୁ ଅନୁମତି

ନୂଆଦିଲ୍ଲୀ: ଭାରତୀୟ ଔଷଧ ନିୟନ୍ତ୍ରକ (ଡିସିଜିଆଇ) ଭାରତ ବାୟୋଟେକକୁ ଇଣ୍ଟ୍ରାନାସାଲ୍ ବୁଷ୍ଟର୍ ଡୋଜ୍ ର ଟ୍ରାଏଲ୍ ପାଇଁ ଅନୁମତି ଦେଇଛି | ଏହି ଟିକା ନାକରେ ଦିଆଯିବ। ଏହି ନାଭାଲ ଟିକାର ଟ୍ରାଏଲ୍ ୯ଟି ସ୍ଥାନରେ କରାଯିବ |

ଏହାପୂର୍ବରୁ ଗୁରୁବାର ଡିସିଜିଆଇ ବଜାରରେ ଉଭୟ କୋଭାକ୍ସିନ ଓ କୋଭିଶିଲ୍ଡ ଟିକାକୁ ବଜାରରେ ଉପଲବ୍ଧ କରାଇବା ପାଇଁ ସର୍ତ୍ତ ମୂଳକ ଅନୁମତି ଦେଇଥିଲେ। ଟିକା ଲଗାଇବା ପାଇଁ ଗାଇଡ ଲାଇନ୍ ପାଳନ କରିବା ମଧ୍ୟ ବାଧ୍ୟତାମୂଳକ ହେବ ବୋଲି କୁହାଯାଇଥିଲା ।

Comments are closed.