୧୨ ବର୍ଷରୁ ଊର୍ଦ୍ଧ୍ବ ବୟସର ପିଲାଙ୍କ ପାଇଁ ସେରମର ‘କୋଭାଭ୍ୟାକ୍ସ’ ଟିକାକୁ ଡିସିଜିଆଇର ମଞ୍ଜୁରି

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ)ର କୋଭିଡ୍-୧୯ ଟିକା ‘କୋଭାଭ୍ୟାକ୍ସ’ର ସୀମିତ ଜରୁରୀ ବ୍ୟବହାରକୁ ଭାରତର ଡ୍ରଗ୍ସ ନିୟାମକ (ଡିସିଜିଆଇ) ଅନୁମତି ଦେଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି ଟିକା ୧୨ ରୁ ୧୭ ବର୍ଷ ବୟସର ପିଲାମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି।

ଡିସିଜିଆଇର ମଞ୍ଜୁରି ମିଳିଥିବା ସ୍ପଷ୍ଟ କରି ସେରମ୍ ସିଇଓ ଆଦର୍ ପୁନାୱାଲା ଟ୍ୱିଟ୍ କରି କହିଛନ୍ତି ଯେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବ୍ରାଣ୍ଡର କୋଭୋଭାକ୍ସ ପାଇଁ ଦେଶରେ ଗବେଷଣା କାର୍ଯ୍ୟ ଶେଷ ହୋଇଛି। ୧୨ ବର୍ଷରୁ ଅଧିକ ବୟସର ପିଲାମାନଙ୍କ ପାଇଁ ଏହି ଟିକାର ଜରୁରୀ ବ୍ୟବହାରକୁ ଡିସିଜିଆଇ ଅନୁମୋଦନ କରିଛି | ଛୋଟ ପିଲାମାନଙ୍କୁ ଶୀଘ୍ର ଏହି ଟିକା ଦିଆଯିବ। ”

ଦେଶରେ ୧୮ ବର୍ଷରୁ କମ୍ ବୟସ ବର୍ଗ ପାଇଁ ଏହା ଚତୁର୍ଥ କରୋନ ଟିକା ହେବ | ବିଶେଷଜ୍ଞ କମିଟିର ସୁପାରିସ ଆଧାରରେ ଡିସିଜିଆଇ କୋଭାଭ୍ୟାକ୍ସର ଜରୁରୀ ବ୍ୟବହାରକୁ ଅନୁମୋଦନ କରିଛି |

୧୫ ବର୍ଷରୁ କମ୍ ବୟସର କିଶୋରଙ୍କୁ ଟିକାକରଣ ପାଇଁ ସରକାର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାଁନ୍ତି |

Comments are closed.