ମାନିଲେ ଡି’ଭିଲିୟର୍ସ, କୋହଲିଙ୍କ ସମ୍ପର୍କରେ ଦେଇଥିଲେ ଭୁଲ୍ ସୂଚନା

ଜୋହାନ୍ସବର୍ଗ: ଭାରତୀୟ ସୁପରଷ୍ଟାର ବିରାଟ କୋହଲିଙ୍କୁ ନେଇ ଭୁଲ ସୂଚନା ଦେଇଥିଲେ ତାଙ୍କ ବନ୍ଧୁ ତଥା ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି’ ଭିଲିୟର୍ସ। ନିଜେ ଡି’ ଭିଲିୟର୍ସ ଏହା ସ୍ବୀକାର କରିଛନ୍ତିି । ସେ ଏକ ବଡ଼ ଭୁଲ କରି ଦେଇଛନ୍ତି ବୋଲି କହିଛନ୍ତି ଡି’ଭିଲିୟର୍ସ।

ବ୍ୟକ୍ତିଗତ କାରଣରୁ କୋହଲି ଅନ୍ତର୍ଜାତୀୟ କ୍ରିକେଟରୁ ବ୍ରେକ୍ ନେଇଛନ୍ତି ‌। ଡି’ଭିଲିୟର୍ସ କହିଛନ୍ତି କୋହଲିଙ୍କ ବ୍ୟକ୍ତିଗତ କାରଣ କ’ଣ ତାହା ସେ ଜାଣି ନାହାଁନ୍ତି।

ଡି’ଭିଲିୟର୍ସ କିଛି ଦିନ ତଳେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଥିଲେ ଯେ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ନିଜ ଦ୍ୱିତୀୟ ସନ୍ତାନର ଜନ୍ମକୁ ଅପେକ୍ଷା କରିଛନ୍ତି। ତେଣୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଚଳିତ ଟେଷ୍ଟ ସିରିଜରେ ସେ ଖେଳୁ ନାହାଁନ୍ତି।

ଏଠାରେ ‘ଏସ୍ଏ୨୦ ଲିଗ୍’ ଅବସରରେ କିଛି ଗଣମାଧ୍ୟମକୁ ଡି’ଭିଲିୟର୍ସ କହିଛନ୍ତି, ପରିବାର ପ୍ରଥମେ ଆସେ । ଯାହା ମୁଁ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ କହିଛି। ମୁଁ ସେହି ସମୟରେ ଭୁଲ ତଥ୍ୟ ସେୟାର କରି ଏକ ବଡ଼ ଭୁଲ କରିଦେଇଥିଲି | ମୁଁ ଯାହା କହିଥିଲି ତାହା ଆଦୌ ସତ ନୁହେଁ। ”

‘ଏସ୍ଏ୨୦’ର ବ୍ରାଣ୍ଡ୍ ଆମ୍ବାସାଡର ଡି’ଭିଲିୟର୍ସ କହିଛନ୍ତି, “ମୁଁ ଭାବୁଛି ବିରାଟ ଓ ତାଙ୍କ ପରିବାର ପାଇଁ ଯାହା ଭଲ ତାହାକୁ ପ୍ରାଥମିକତା ଦିଆଯିବା ଉଚିତ୍। ସେଠାରେ କ’ଣ ଘଟୁଛି କେହି ଜାଣନ୍ତି ନାହିଁ | ମୁଁ ଆଶା କରୁଛି ଯେ କୋହଲିଙ୍କ ପରିବାରରେ ସବୁ ଠିକ୍ ଅଛି | ତାଙ୍କ ବିରତିର କାରଣ ଯାହା ହେଉନା କାହିଁକି, ମୁଁ ପ୍ରକୃତରେ ଆଶା କରୁଛି ଯେ ସେ ଆହୁରି ମଜବୁତ୍ ଓ ଦୃଢ଼ ଭାବେ ଫେରିବେ। ”

Comments are closed.