ଦିଲ୍ଲୀର ସର୍ବସାଧାରଣ ସ୍ଥାନରେ ଛଠ୍ ପୂଜା ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ସର୍ବସାଧାରଣ ସ୍ଥାନରେ ଛଠ୍ ପୂଜା ଉପରେ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ( ଡିଡିଏମ୍ଏ) ଛଠ୍ ପୂଜା ସମ୍ବନ୍ଧୀୟ ଆନୁଷ୍ଠାନିକ ନିର୍ଦ୍ଦେଶନାମା ଜାରି କରିଛି । ଏଥିରେ ସର୍ବସାଧାରଣ ସ୍ଥାନ, ପଡିଆ, ମନ୍ଦିର ଏବଂ ନଦୀ ଘାଟରେ ଛଠ୍ ପୂଜା ଆୟୋଜନ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଘରେ ପୂଜା କରିବାକୁ ଡିଡିଏମ୍ଏ ଲୋକଙ୍କୁ ନିବେଦନ କରିଛି | ଏହା ସହିତ ମେଳା, ଖାଦ୍ୟ ଷ୍ଟଲ, ଶୋଭାଯାତ୍ରା ଆଦି ଉପରେ ମଧ୍ୟ କଟକଣା ଲାଗିଛି | ଡିଡିଏମ୍ଏର ଏହି ଆଦେଶ ନଭେମ୍ବର ୧୫ ପର୍ଯ୍ୟନ୍ତ ବଳବତ୍ତର ରହିବ |

ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିଲେ ମଧ୍ୟ ସମ୍ଭାବ୍ୟ ତୃତୀୟ ଲହରୀ ଆଶଙ୍କା ରହିଥିବାରୁ କେଜ୍ରିୱାଲ ସରକାର କୌଣସି ରିସ୍କ ନେବାକୁ ଚାହୁଁନାହାଁନ୍ତି।

Comments are closed.