ଆଇପିଏଲ୍ ୨୦୨୨ରେ ପ୍ରଥମ କରୋନା ମାମଲା, ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପଜିଟିଭ୍

ମୁମ୍ବାଇ: ଆଇପିଏଲ୍ ୨୦୨୨ ରେ ପଶିଛି କରୋନା । ଟୁର୍ଣ୍ଣାମେଣ୍ଟରେ ପ୍ରଥମ କରୋନା ମାମଲା ରିପୋର୍ଟ ହୋଇଛି | ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଫିଜିଓ ପାଟ୍ରିକ ଫରହାର୍ଟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶନିବାର ଦିଲ୍ଲୀ ତା’ର ପରବର୍ତ୍ତୀ ମ୍ୟାଚ୍ ଖେଳିବାକୁ ଥିବା ବେଳେ ଦଳର ଫିଜିଓ କୋଭିଡ୍ ପଜିଟିଭ ହେବା ଦଳର ଚିନ୍ତା ବଢ଼ାଇ ଦେଇଛି।

ଆଇପିଏଲ୍ ପକ୍ଷରୁ ଜାରି ଏକ ମିଡିଆ ବିବୃତିରେ କୁହାଯାଇଛି ଯେ କରୋନା ଟେଷ୍ଟ ପରେ ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପାଟ୍ରିକ୍ ଫରହାର୍ଟ ପଜିଟିଭ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ସେ ଆଇସୋଲେସନରେ ଅଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର ଡାକ୍ତରୀ ଦଳ ଫରହାର୍ଟ ଉପରେ ନଜର ରଖିଛି। ସେ ଅତି କମରେ ଏକ ସପ୍ତାହ ପାଇଁ କ୍ୱାରାଣ୍ଟିନରେ ରହିପାରନ୍ତି |

ସୂଚନାଯୋଗ୍ୟ ଯେ ଭାରତରେ କରୋନା ମାମଲା ବଢ଼ିବା ଯୋଗୁଁ ଆଇପିଏଲ୍ ୨୦୨୦ ର ପୂରା ସିଜନ୍ ୟୁଏଇରେ ଖେଳାଯାଇଥିଲା । ପୁଣି ବାୟୋ ବବଲରେ ଏକାଧିକ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଇପିଏଲ୍ ୨୦୨୧ କୁ ମଧ୍ୟ ଅଧାରୁ ସ୍ଥଗିତ ରଖିବାକୁ ପଡିଥିଲା | ଆଇପିଏଲ ୨୦୨୧ ର ପ୍ରଥମ ଭାଗ ଭାରତରେ ଖେଳାଯାଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଅନୁଷ୍ଠିତ ହୋଇଥିଲା | କରୋନା ବିପଦ ଦୃଷ୍ଟିରୁ ଆଇପିଏଲ୍ ୨୦୨୨ର ଲିଗ୍ ପର୍ଯ୍ୟାୟ କେବଳ ମୁମ୍ବାଇ ଏବଂ ପୁଣେରେ ଅନୁଷ୍ଠିତ ହେଉଛି |

Comments are closed.