ଦିଲ୍ଲୀରେ ପ୍ରବଳ ବର୍ଷା, ଭାଙ୍ଗିଲା ୨୦ ବର୍ଷର ରେକର୍ଡ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ରବିବାର ମଧ୍ୟ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ରବିବାର ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଶନିବାର ଦିଲ୍ଲୀରେ ପ୍ରଥମ ମୌସୁମୀ ବର୍ଷା ୨୦ ବର୍ଷର ରେକର୍ଡ ଭାଙ୍ଗିଥିଲା । ପ୍ରବଳ ବର୍ଷା ଯୋଗୁଁ ଜାତୀୟ ରାଜଧାନୀର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯିବା ସହ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ପଡ଼ିଛି ‌ । ଏହାଛଡ଼ା ବିଭିନ୍ନ ସ୍ଥାନରେ ପାଣି ଜମିଯିବା ଯୋଗୁଁ ଟ୍ରାଫିକ ଜାମ୍ ମଧ୍ୟ ହୋଇଥଲା।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଶନିବାର ସକାଳ ୮.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ୧୨୬.୧ ମିଲିମିଟର (ମିଲିମିଟର) ବର୍ଷା ରେକର୍ଡ କରାଯାଇଥିଲା ଯାହା ୨୦୦୩ ପରେ ଜୁଲାଇ ମାସରେ ସର୍ବାଧିକ । ଏହାଛଡ଼ା ଗତ ୨୪ ଘଣ୍ଟା ମଧ୍ୟରେ ୧୩୩.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Comments are closed.