ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତର ଗମ୍ଭୀର, ଘରୁ ନ‌ ବାହାରିବାକୁ ଲୋକଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ପ୍ରଦୂଷଣ ଯୋଗୁଁ ଦିଲ୍ଲୀ-ଏନସିଆରରେ ଅବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ପ୍ରଦୂଷଣ ସ୍ତର ଉପରେ ନଜର ରଖୁଥିବା ଏକ ସଂଗଠନ ‘ସଫର’ ଆସନ୍ତା ତିନି ଦିନ ପାଇଁ ପରିସ୍ଥିତି ଗୁରୁତର ହେବ ବୋଲି ଚେତାବନୀ ଦେଇଛି। ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି। ଆଜି ସୁପ୍ରିମକୋର୍ଟରେ ମଧ୍ୟ ପ୍ରଦୂଷଣ ପ୍ରସଙ୍ଗ ଶୁଣାଣି ହେବ।

ଗତକାଲି ଅପେକ୍ଷା ଆଜି ଦିଲ୍ଲୀରେ ପ୍ରଦୂଷଣର ଅବସ୍ଥା ଅତ୍ୟନ୍ତ ଖରାପ। ଗତକାଲି ଦିଲ୍ଲୀର ବାୟୁମାନ ବା ଏୟାର କ୍ବାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୪୬୨ ରେକର୍ଡ ହୋଇଥିବାବେଳେ ଆଜି ଏହା ୫୪୧ ରେକର୍ଡ କରାଯାଇଛି। ପ୍ରଦୂଷଣ ସ୍ତର ଉପରେ ନଜର ରଖୁଥିବା ‘ସଫର’, କ୍ଷତିକାରକ ବାୟୁ ସ୍ତର ବିଷୟରେ ଚେତାବନୀ ଦେଇଛି | ଆଗାମୀ ତିନି ଦିନରେ, ପିଏମ୍ ୧୦ ର ସ୍ତର ୬୦୬ ପର୍ଯ୍ୟନ୍ତ ଯାଇପାରେ ବୋଲି କୁହାଯାଇଛି

ସିପିସିବି ଲୋକଙ୍କୁ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦେଇଛି ଏବଂ ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣ ଯୋଗୁଁ ଗାଡି ବ୍ୟବହାରକୁ ୩୦ ପ୍ରତିଶତ ହ୍ରାସ କରିବାକୁ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଛି।

Comments are closed.