ଦିଲ୍ଲୀର ଔରଙ୍ଗଜେବ ଲେନ୍‌ ହେଲା ଡକ୍ଟର ଏପିଜେ ଅବଦୁଲ କଲାମ ଲେନ୍

ନୂଆଦିଲ୍ଲୀ: ଲୁଟିଏନ୍ସ ଦିଲ୍ଲୀର ଔରଙ୍ଗଜେବ ଲେନ୍‌ର ନାମ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଏହାକୁ ଡକ୍ଟର ଏପିଜେ ଅବଦୁଲ କଲାମ ଲେନ ନାମରେ ନାମିତ କରାଯାଇଛି। କେନ୍ଦ୍ରୀୟ ଦିଲ୍ଲୀର ଏହି ସଡ଼କ ଅବଦୁଲ କଲାମ ରୋଡକୁ ପୃଥ୍ୱୀରାଜ ରୋଡକୁ ଯୋଡ଼ିଥାଏ |

ନୂଆଦିଲ୍ଲୀ ନଗର ନିଗମ(ଏନଡିଏମସି) କର୍ମଚାରୀମାନେ ଗୁରୁବାର ଦେଶର ଏକାଦଶ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ନାମରେ ଏହି ରାସ୍ତାରେ ସାଇନ୍ ବୋର୍ଡ ଲଗାଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏନଡିଏମସି ୨୮ ଜୁନ୍ ଦିନ ଏକ ବୈଠକରେ ଏହି ରାସ୍ତାର ନାମ ପରିବର୍ତ୍ତନ ପ୍ରସ୍ତାବକୁ ଅନୁମୋଦନ କରିଥିଲା।

ଅଗଷ୍ଟ ୨୦୧୫ରେ, ଏନଡିଏମସି ଔରଙ୍ଗଜେବ ରୋଡର ନାମ ପରିବର୍ତ୍ତନ କରି ଡକ୍ଟର ଏପିଜେ ଅବଦୁଲ କଲାମ ରୋଡ୍ କରିଥିଲା ।

Comments are closed.