ଜମ୍ମୁ-କାଶ୍ମୀର ଜେଲ୍ ମହାନିର୍ଦ୍ଦେଶକଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ :କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ଜମ୍ମୁ ଓ କାଶ୍ମୀରରେ ଜଘନ୍ୟ କାଣ୍ଡ ଘଟାଇଛନ୍ତି ଆତଙ୍କବାଦୀ । ଜେଲ୍ ବିଭାଗର ମହାନିର୍ଦ୍ଦେଶକ ୧୯୯୨ ବ୍ୟାଚ୍ ଆଇପିଏସ୍‌ ଅଫିସର ହେମନ୍ତ ଲୋହିଆଙ୍କୁ ତାଙ୍କ ଜମ୍ମୁ ଉପକଣ୍ଠ ଉଦୟିୱାଲାସ୍ଥିତ ଘରେ ଗଳା କାଟି ହତ୍ୟା କରାଯାଇଛି। ୫୭ ବର୍ଷୀୟ ଲୋହିଆ ଗତ ଅଗଷ୍ଟ ମାସରେ ଜେଲ୍ ବିଭାଗର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ।

ଲୋହିଆଙ୍କ ଘରେ ସହାୟକ ଭାବେ କାମ କରୁଥିବା ୟାସିର ନାମକ ଜଣେ ବ୍ୟକ୍ତି ଏପରି କାଣ୍ଡ ଘଟାଇ ଥାଇପାରେ ବୋଲି ପ୍ରଥମେ ସନ୍ଦେହ କରାଯାଉଥିଲା । ତେବେ ଆତଙ୍କବାଦୀ ସଂଗଠନ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ୍)’ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି ।

ଲୋହିଆଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି। ତାଙ୍କ ଶବ ଜଳାଇ ଦେବାକୁ ମଧ୍ୟ ଅଭିଯୁକ୍ତ ଚେଷ୍ଟା କରିଥିଲ। ଗୃହମନ୍ତ୍ରୀ ଅମିତ ଶାହ ଆଜି ତିନିଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଯାଇଥିବାବେଳେ ଏଭଳି ଅପରାଧ ଘଟିଛି।

Comments are closed.