ଇଣ୍ଡିଗୋ ଏୟାରଲାଇନ୍ ଉପରେ ଲାଗିଲା ୩୦ ଲକ୍ଷ ଜରିମାନା, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଶୁକ୍ରବାର ଇଣ୍ଡିଗୋ ଏୟାରଲାଇନ୍ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଡିଜିସିଏ ଏୟାରଲାଇନକୁ ଏକ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଛି। ନିର୍ଦ୍ଦିଷ୍ଟ ଆବଶ୍ୟକତା ଏବଂ ଗାଇଡଲାଇନ୍ ଅନୁଯାୟୀ ନିଜ ଦସ୍ତାବିଜ ଓ ପ୍ରକ୍ରିୟାରେ ସଂଶୋଧନ କରିବାକୁ ମଧ୍ୟ ଇଣ୍ଡିଗୋକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ ।

ଡିଜିସିଏ ଇଣ୍ଡିଗୋ ଏୟାରଲାଇନର ଏକ ସ୍ୱତନ୍ତ୍ର ଅଡିଟ୍ କରିଥିଲା। ଏହି ଅଡିଟ୍ ସମୟରେ ସେମାନେ ଫ୍ଲାଇଟ୍ ଏ୩୨୧ ର ଅପରେସନ୍, ଟ୍ରେନିଂ, ଇଞ୍ଜିନିୟରିଂ ଏବଂ ଫ୍ଲାଇଟ୍ ଡାଟା ମନିଟରିଂ ପ୍ରୋଗ୍ରାମ ଉପରେ ସେମାନଙ୍କର ଡକ୍ୟୁମେଣ୍ଟେସନ୍ ଏବଂ ପ୍ରକ୍ରିୟା ସମୀକ୍ଷା କରିଥିଲେ | ସ୍ବତନ୍ତ୍ର ଅଡିଟ୍ ସମୟରେ ଇଣ୍ଡିଗୋ ଏୟାରଲାଇନର ଅପରେସନ୍, ଟ୍ରେନିଂ ପ୍ରଣାଳୀ ଏବଂ ଇଞ୍ଜିନିୟରିଂ ପ୍ରକ୍ରିୟା ସହିତ ଜଡିତ ଡକ୍ୟୁମେଣ୍ଟରେ ଅନେକ ତ୍ରୁଟି ଥିବା ଜଣାପଡ଼ିଥିଲା | ଏହି କାରଣ ପାଇଁ ଏୟାରଲାଇନରୁ ଜରିମାନା ଆଦାୟ କରାଯାଇଛି।

Comments are closed.