ଧଳସାମନ୍ତ ଭାଇଙ୍କ ଘନିଷ୍ଠ ସହଯୋଗୀ ଦିଲୁ ରାୟଗଡାରୁ ଗିରଫ

କଟକ – ଧଳସାମନ୍ତ ବ୍ରଦର୍ସଙ୍କ ସହଯୋଗୀ ପ୍ରଦୀପ କୁମାର ସାହୁ ଓରଫ ଦିଲୁ ଗିରଫ ହୋଇଛି । ୨୦୧୬ ମସିହାରେ ସଂଘଟିତ ବହୁଚର୍ଚ୍ଚିତ ଓମ୍ ଓ ଦୀପୁ ହତ୍ୟା ମାମଲାରେ ଅଭିଯୁକ୍ତ ଦିଲୁ ପୋଲିସ ହେପାଜତରୁ ଖସି ପଳାଇଥିଲା । କଟକ ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ପେଶାଲ ଟିମ୍ ଦିଲୁକୁ ରାୟଗଡାରୁ ଗିରଫ କରିଛି । ଦିଲୁ ପାଖରୁ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଓ ୩ଟି ମୋବାଇଲ ଫୋନ୍ ଜବତ କରାଯାଇଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଦିଲୁ ଧଳସାମନ୍ତ ଭ୍ରାତାଦ୍ୱୟଙ୍କ ଟେଣ୍ଡର କାମ ବୁଝାବୁଝି କରୁଥିଲା । ତା ନାଁରେ ଚାଉଳିଆଗଞ୍ଜ ଥାନାରେ ୪ଟି ମାମଲା ରହିଛି ।

Comments are closed.