ଉତ୍ତରାଖଣ୍ଡ: ନିର୍ବାଚନରେ ହାରିବା ସତ୍ତ୍ୱେ ଧାମି ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ଡେରାଡୁନ୍: ପୁଷ୍କର ସିଂହ ଧାମି ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ବୁଧବାର ଦିନ ଡେରାଡୁନର ପ୍ୟାରେଡ ଗ୍ରାଉଣ୍ଡରେ ଏକ ବିଶାଳ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଗୁରୁମିତ ସିଂ ନାସିରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ। ୟୁପିର ‘ମନୋନୀତ’ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ।

ଧାମିଙ୍କ ସହ ଆଠଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ପାଞ୍ଚଜଣ – ସତ୍ୟପାଲ ମହାରାଜ, ସୁବୋଧ ୟୁନିୟାଲ, ଧନ ସିଂ ରାୱତ, ରେଖା ଆର୍ଯ୍ୟ ଏବଂ ଗଣେଶ ଯୋଶୀ କ୍ରମାଗତ ଦ୍ୱିତୀୟ ଥର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଚନ୍ଦନ ରାମ ଦାସ, ସୌରଭ ବହୁଗୁଣା ଏବଂ ପ୍ରେମ ଚନ୍ଦ୍ର ଅଗ୍ରୱାଲଙ୍କୁ ପ୍ରଥମ ଥର ପାଇଁ ମନ୍ତ୍ରୀ କରାଯାଇଛି। ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ପୁଷ୍କର ଧାମି ଆଜି ଦେହରାଡୁନର ତାପକେଶ୍ୱର ମନ୍ଦିରରେ ପ୍ରାର୍ଥନା କରିଥିଲେ। ସୋମବାର ସନ୍ଧ୍ୟାରେ ବଲବୀର ରୋଡରେ ଅବସ୍ଥିତ ଦଳର ରାଜ୍ୟ ମୁଖ୍ୟାଳୟରେ ପର୍ଯ୍ୟବେକ୍ଷକ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସହ ପର୍ଯ୍ୟବେକ୍ଷକ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କ ଉପସ୍ଥିତିରେ ବିଜେପି ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଧାମି ସର୍ବସମ୍ମତି କ୍ରମେ ନେତା ନିର୍ବାଚିତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଏଥର ବିଧାନସଭା ନିର୍ବାଚନରେ ପୁଷ୍କର ସିଂ ଧାମି ଖତିମା ଆସନରୁ ହାରିଯାଇଥିଲେ। ପରାଜୟ ସତ୍ତ୍ୱେ ବିଜେପି ତାଙ୍କ ଉପରେ ଭରସା ରଖିଛି। ପୁଷ୍କର ସିଂ ଧାମିଙ୍କୁ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ।

Comments are closed.