୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ; ଅଲଗା ହେଲେ ଧନୂଷ-ଐଶ୍ୱର୍ଯ୍ୟା

ଚେନ୍ନାଇ: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ପାଓ୍ବାରଫୁଲ୍ କପଲ୍ ଧନୂଷ ଏବଂ ଐଶ୍ୱର୍ଯ୍ୟା ରଜନୀକାନ୍ତ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟଙ୍କ ମଧ୍ୟରେ ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ସୁପରଷ୍ଟାର ଧନୂଷ ତାଙ୍କ ସୋସିଆଲ ମିଡିଆରେ କହିଛନ୍ତି ଯେ ସେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କଠାରୁ ଛାଡପତ୍ର ନେଉଛନ୍ତି। ଧନୁଷ ଟ୍ୱିଟରରେ ଏକ ପୋଷ୍ଟ ସହିତ ଏହି ଖବର ସେ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି।

ଧନୂଷ ହେଉଛନ୍ତି ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତଙ୍କ ଜ୍ବାଇଁ। ସେ ୨୦୦୪ରେ ରଜନୀକାନ୍ତଙ୍କ ଝିଅ ତଥା ଫିଲ୍ମ ନିର୍ମାତା ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଦୁଇଟି ପୁଅ ଅଛନ୍ତି | ପୂର୍ବରୁ ଅନେକ ଥର ଧନୂଷ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଖବର ଶୁଣିବାକୁ ମିଳିଥିଲା, କିନ୍ତୁ ଏହି ଦମ୍ପତି ପ୍ରତ୍ୟେକ ଥର ଏଭଳି ଗୁଜବକୁ ଖଣ୍ଡନ କରିଥିଲେ | ତେବେ ଏଥର ସେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କଠାରୁ ଅଲଗା ହେଉଥିବା କଥା ଧନୂଷ ନିଜେ ସ୍ପଷ୍ଟ କରିଛନ୍ତି ।

Comments are closed.