ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡ଼ିଲେ ଧୋନି, ଜାଡେଜା ହେବେ ନୂଆ କ୍ୟାପଟେନ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନି ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡ଼ି ଦେଇଛନ୍ତି। ସେ ରବୀନ୍ଦ୍ର ଜାଡେଜାଙ୍କୁ ନେତୃତ୍ବ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ମାର୍ଚ୍ଚ ୨୬ରୁ ଆରମ୍ଭ ହେଉଥିବା ଆଇପିଏଲର ପଞ୍ଚଦଶତମ ସିଜନ୍ ରେ ଜାଡେଜା ଚେନ୍ନାଇ ଦଳର ନେତୃତ୍ବ ସମ୍ଭାଳିବେ । ଜାଡେଜା ୨୦୧୨ରୁ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ସଦସ୍ୟ ରହିଆସିଛନ୍ତି | ଧୋନି ଆଇପିଏଲ୍ ଆରମ୍ଭରୁ ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ଥିଲେ । ତାଙ୍କ ନେତୃତ୍ବରେ ଚେନ୍ନାଇ ୪ ଥର ଆଇପିଏଲ୍ ଟାଇଟଲ୍ ଜିତିଛି | ଏଥର ଚେନ୍ନାଇ ଦଳ ଜାଡେଜା ଏବଂ ଧୋନିଙ୍କ ସମେତ ୪ ଜଣ ଖେଳାଳିଙ୍କୁ ରଖିଛି। ଜାଡେଜାଙ୍କୁ ଫ୍ରାଞ୍ଚାଇଜ୍ ୧୬ କୋଟି ଟଙ୍କାରେ ରଖିଥିବା ବେଳେ ଧୋନିଙ୍କୁ ପାଉଣା ୧୨ କୋଟି ରହିଛି। ଏହାଛଡ଼ା ଦଳ ମୋଇନ୍ ଅଲିଙ୍କୁ 8 କୋଟି ଏବଂ ଋତୁରାଜ ଗାଏକୱାଡଙ୍କୁ ୬ କୋଟି ଟଙ୍କାରେ ବଜାୟ ରଖିଥିଲା।

ଏହା ପୂର୍ବରୁ ଜାଡେଜାଙ୍କୁ ଅଧିନାୟକ କରାଯାଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଗତ ସିଜନରେ ଚେନ୍ନାଇକୁ ଚତୁର୍ଥ ଥର ଆଇପିଏଲ୍ ଚାମ୍ପିଅନ କରାଇବା ପରେ ଧୋନି ମଧ୍ୟ ନେତୃତ୍ବ ଛାଡ଼ିବାକୁ ସଙ୍କେତ ଦେଇଥିଲେ ।

Comments are closed.