ଦୀନେଶ ଗୁଣବର୍ଦ୍ଧନେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ

କଲମ୍ବୋ: ଦୀନେଶ ଗୁଣବର୍ଦ୍ଧନେ ଆଜି ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ୬ ଥର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ ରାଷ୍ଟ୍ରପତି ହେବା ପରେ ଗୁଣବର୍ଦ୍ଧନେଙ୍କୁ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତି କରାଯାଇଛି ।

୭୩ ବର୍ଷୀୟ ଗୁଣବର୍ଦ୍ଧନେ ପୂର୍ବରୁ ବୈଦେଶିକ ମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ଥିଲେ।

ଏପ୍ରିଲରେ ସେ ତତ୍କାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ସରକାରରେ ଗୃହମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ ।

Comments are closed.