୭୦୦୦ କର୍ମଚାରୀଙ୍କୁ ଛଟେଇ କଲା ଡିଜନୀ

ନ୍ୟୁୟର୍କ: ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଏବେ ବିଶ୍ବର ଅଗ୍ରଣୀ ମିଡିଆ ଓ ଏଣ୍ଟରଟେନମେଣ୍ଟ କମ୍ପାନୀ ‘ଡିଜନୀ’ ଉପରେ ବି ପଡିଛି । ଡିଜନୀ ୭୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀର ସିଇଓ ବବ୍ ଆଇଗର୍ ଏହି ସୂଚନା ଦେଇଛନ୍ତି।

ଡିଜନୀ ପ୍ଲସ୍ ର ଷ୍ଟ୍ରିମିଂ ସେବାକୁ ଲାଭଜନକ କରିବା ଏବଂ ୫.୫ ବିଲିୟନ ଡ଼ଲାର୍ (୪ ଟ୍ରିଲିୟନ୍ ୫୪ ବିଲିୟନ) ସଞ୍ଚୟ କରିବା ଲକ୍ଷ୍ୟରେ ଏହି ଛଟେଇ କରାଯାଉଛି।

ନଭେମ୍ବରରେ ବବ୍ ଆଇଗର୍ କମ୍ପାନୀକୁ ଫେରିଥିଲେ। ସେ ଜାରି କରିଥିବା ପ୍ରଥମ ବ୍ୟାଚ୍ ଆର୍ଥିକ ଫଳାଫଳ ଅନୁଯାୟୀ ୨୦୧୯ରେ ଡିଜନୀ ପ୍ଲସ୍ ଆରମ୍ଭ ହେବା ଦିନଠାରୁ କମ୍ପାନୀର ଆୟରେ ବୃଦ୍ଧି ଘଟିଛି । କିନ୍ତୁ ଏହାର ଗ୍ରାହକ ସଂଖ୍ୟା ହ୍ରାସ ପାଇଛି।

ଛଟେଇ ଯୋଗୁଁ ବିଶ୍ୱ ସ୍ତରରେ ଡିଜନୀ କର୍ମଚାରୀଙ୍କ ସଂଖ୍ୟା ୩.୬ ପ୍ରତିଶତ ହ୍ରାସ ପାଇବ।

୨୦୨୨ ମସିହାରେ ତୃତୀୟ ତ୍ରୈ ମାସିକ ଆର୍ଥିକ ଫଳାଫଳ ଜାରି କରି କମ୍ପାନୀ ପୁନର୍ଗଠନ ଯୋଜନା ଘୋଷଣା କରିଥିଲା | ଉକ୍ତ ଆର୍ଥିକ ଫଳାଫଳ ଅନୁଯାୟୀ, କମ୍ପାନୀର ଆୟ ଆଠ ପ୍ରତିଶତ ବୃଦ୍ଧି ହୋଇ ୨୩.୫ ବିଲିୟନ ଡ଼ଲାର (୧୯ ଟ୍ରିଲିୟନ ୪୧ କୋଟି) ଏବଂ ନିଟ୍ ଆୟ ୧୧ ପ୍ରତିଶତ ବୃଦ୍ଧି ପାଇ ୧.୩ ବିଲିୟନ ଡ଼ଲାରରେ ପହଞ୍ଚିଛି (ଏକ ଟ୍ରିଲିୟନ ସାତ ବିଲିୟନ )।

ଅନ୍ୟପକ୍ଷରେ ଡିଜନୀ ପ୍ଲସର ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୨୪ ଲକ୍ଷ ହ୍ରାସ ପାଇ ୧୬୧.୮ ମିଲିୟନକୁ ଖସି ଆସିଛି ।

Comments are closed.