ଶ୍ରଦ୍ଧା ହତ୍ୟା ମାମଲା: ଜଙ୍ଗଲରୁ ମିଳିଥିବା ହାଡ଼, କେଶ ଶ୍ରଦ୍ଧାଙ୍କର, ଡିଏନ୍ଏ ରିପୋର୍ଟରୁ ହେଲା ସ୍ପଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ମେହରୌଲି ଅଞ୍ଚଳରେ ଘଟିଥିବା ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଲଗାତାର ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏବେ ଏହି ମାମଲାରେ ଏକ ନୂଆ ଖୁଲାସା ହୋଇଛି । ପୋଲିସର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଡିଏନ୍ଏ ରିପୋର୍ଟ ହସ୍ତଗତ ହୋଇଛି। ଜଙ୍ଗଲରୁ ପୋଲିସ ଜବତ କରିଥିବା ହାଡ଼ ଓ କେଶ ଶ୍ରଦ୍ଧାଙ୍କର ବୋଲି ଡିଏନ୍ଏ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

ରିପୋର୍ଟ ଅନୁଯାୟୀ, ଶ୍ରଦ୍ଧା ୱାକରଙ୍କ କେଶ ଏବଂ ହାଡର ନମୁନା ଯାଞ୍ଚ ସମୟରେ ମେହରୌଲି ଏବଂ ଗୁରୁଗ୍ରାମ ଜଙ୍ଗଲରେ ପୋଲିସ ପାଇଥିବା ହାଡ଼ ସହିତ ମେଳ ଖାଉଛି। ଡିଏନ୍ଏ ଫିଙ୍ଗର ପ୍ରିଣ୍ଟିଂ ଏବଂ ଡାଇଗ୍ନୋଷ୍ଟିକ୍ କେନ୍ଦ୍ରରୁ ଦିଲ୍ଲୀ ପୋଲିସ ଏହି ରିପୋର୍ଟ ଗ୍ରହଣ କରିଛି। ସ୍ପେଶାଲ୍ ସିପି ସାଗର ପ୍ରୀତ ହୁଡା ଏହି ସୂଚନା ଦେଇଛନ୍ତି ।

ପୋଲିସ କହିଛି ଯେ ଅଭିଯୁକ୍ତ ହାଡ଼ର ଏକ ଖଣ୍ଡ ଏବଂ ମୃତକଙ୍କ କେଶର ଏକ ଗୁଚ୍ଛ ଶ୍ରଦ୍ଧାଙ୍କ ବାପା ଏବଂ ଭାଇଙ୍କ ଡିଏନଏ ସହିତ ମେଳ ଖାଉଛି।

Comments are closed.