ନୂଆଦିଲ୍ଲୀ: ରୋଷେଇ ଘରେ ପୁଣି ମହଙ୍ଗା ମାଡ଼ | ଆଜି ପୁଣି ଥରେ ଘରୋଇ ଗ୍ୟାସ ସିଲିଣ୍ଡର ଦର ବଢ଼ିଛି | ଘରୋଇ ଏଲପିଜି ଦର ସିଲିଣ୍ଡର ପିଛା ୩ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଛି | ଘରୋଇ ଏଲପିଜି ଏବେ ୧୦୦୦ ଟଙ୍କା ଟପିଛି । ଏହାଛଡ଼ା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ମଧ୍ୟ ବଢ଼ିଛି। କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୮ ଟଙ୍କା ମହଙ୍ଗା ହୋଇଛି।
ଆଜିଠାରୁ ୧୪.୩ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ଦିଲ୍ଲୀ ଏବଂ ମୁମ୍ବାଇରେ ୧୦୦୩ ଟଙ୍କାରେ ଉପଲବ୍ଧ ହେବ। ଗତ ଏକ ବର୍ଷ ମଧ୍ୟରେ ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡର ଦର ୮୦୯ ରୁ ୧୦୦୩ ଟଙ୍କାକୁ ବୃଦ୍ଧି ପାଇଛି। ଆଜି କୋଲକାତାରେ ଏଲପିଜି ମୂଲ୍ୟ ୧୦୨୯ ଟଙ୍କା ଏବଂ ଚେନ୍ନାଇରେ ୧୦୧୮.୫ ଟଙ୍କାରେ ପହଞ୍ଚିଛି।
ଏହାପୂର୍ବରୁ ମେ ୭ରେ ଘରୋଇ ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ମେ ମାସରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଦୁଇଥର ବୃଦ୍ଧି କରାଗଲାଣି |
Comments are closed.