ଡିଆରଆଇ ତଦନ୍ତରେ ଖୁଲାସା, ୪,୩୮୯ କୋଟିର ଟ୍ୟାକ୍ସ ଚୋରି କରିଛି ଓପ୍ପୋ

ନୂଆଦିଲ୍ଲୀ: ଭିଭୋ ପରେ ଚୀନର ଅନ୍ୟ ଏକ ଅଗ୍ରଣୀ ମୋବାଇଲ୍ କମ୍ପାନୀ ଓପ୍ପୋ ମୋବାଇଲ୍ସ ବିରୋଧରେ ଟ୍ୟାକ୍ସ ଫାଙ୍କି ଅଭିଯୋଗ ହୋଇଛି। ଓପ୍ପୋ ଇଣ୍ଡିଆ ୪,୩୮୯ କୋଟି ଟଙ୍କା ଟ୍ୟାକ୍ସ ଚୋରି କରିଛି ବୋଲି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ତଦନ୍ତରେ ଖୁଲାସା ହୋଇଛି । ଓପ୍ପୋ ଇଣ୍ଡିଆ ମାନ୍ୟୁଫାକଚରିଂ, ଆସେମ୍ବ୍ଲିଂ, ମୋବାଇଲ୍ ହ୍ୟାଣ୍ଡସେଟର ହୋଲସେଲ କାରବାର ଏବଂ ମୋବାଇଲ୍ ଫୋନ୍ ଏବଂ ଏହାର ଆକ୍ସେସୋରି କାରବାରରେ ଜଡ଼ିତ ଅଛି। ଓପ୍ପୋ ଇଣ୍ଡିଆ ଦେଶରେ ଓପ୍ପୋ, ୱାନପ୍ଲସ ଏବଂ ରିଅଲମି ସମେତ ବିଭିନ୍ନ ବ୍ରାଣ୍ଡ ନାମରେ ମୋବାଇଲ ବିକ୍ରି କରିଥାଏ। ଅନୁସନ୍ଧାନ ପରେ ଓପ୍ପୋ ଇଣ୍ଡିଆକୁ ୪,୩୮୯ କୋଟି ଟଙ୍କା କଷ୍ଟମ ଡ୍ୟୁଟି ଦେବାକୁ ନୋଟିସ ଜାରି କରାଯାଇଛି। ଓପ୍ପୋ ଇଣ୍ଡିଆ, ଏହାର କର୍ମଚାରୀ ଏବଂ ଓପ୍ପୋ ଚାଇନା ଉପରେ ମଧ୍ୟ ଜରିମାନା ଲାଗୁ କରିବାକୁ ଏହି ନୋଟିସରେ ପ୍ରସ୍ତାବ ଦିଆଯାଇଛି।

ମନି ଲଣ୍ଡରିଂ ଅଭିଯୋଗରେ ଗତ ସପ୍ତାହରେ ଚାଇନିଜ ମୋବାଇଲ କମ୍ପାନୀ ‘ଭିଭୋ’ ର ବିଭିନ୍ନ କାର୍ଯ୍ୟାଳୟ ଓ ଷ୍ଟୋରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ାଉ ସୋଇଥିଲା ।

Comments are closed.