ଇରାନରେ ଶକ୍ତିଶାଳୀ ଭୂକମ୍ପ, ତିନି ମୃତ

ତେହେରାନ: ଭୂମିକମ୍ପରେ ଥରିଲା ଇରାନ । ଦେଶର ଉତ୍ତର ପଶ୍ଚିମ ଭାଗରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୯ ରେକର୍ଡ କରାଯାଇଛି।

ସ୍ଥାନୀୟ ସମୟ ଶନିବାର ରାତି ୯:୪୪ ମିନିଟରେ ଆସିଥିବା ଭୂକମ୍ପରେ ବହୁ ଘର ଭାଙ୍ଗିଯାଇଥିବା ବେଳେ ଅତିକମରେ ତିନି ଜଣଙ୍କ ମୃତ୍ୟୁ ହୋଇଛି ଓ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ଉତ୍ତର-ପଶ୍ଚିମ ଇରାନର ପଶ୍ଚିମ ଆଜେରବାଇଜାନ ପ୍ରଦେଶର ଖୋ ସହର । ଏହି ଅଞ୍ଚଳ ତୁର୍କୀ ସହିତ ଇରାନର ସୀମା ନିକଟରେ ଅବସ୍ଥିତ |

ଭୂକମ୍ପର‌ ଝଟକା ତୁର୍କୀ, ଇରାକ, ଆର୍ମେନିଆ ଓ ଆଜେରବାଇଜାନରେ ମଧ୍ୟ ଅନୁଭୂତ ହୋଇଥିଲା ।

Comments are closed.