ନେପାଳ, ବିହାରରେ ଭୂକମ୍ପ ଝଟକା

କାଠମାଣ୍ଡୁ: ନେପାଳରେ ଆଜି ସକାଳେ ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ଆକଳନ କରାଯାଇଛି | ଭୂକମ୍ପ କେନ୍ଦ୍ର କାଠମାଣ୍ଡୁ ଠାରୁ ୧୪୭ କିଲୋମିଟର ଦୂରରେ ଥିଲା ବୋଲି ଜଣାପଡ଼ିଛି। ନେପାଳ ସମୟ ସକାଳ ୮:୧୩ ରେ ଭୂକମ୍ପ ଝଟକାରେ ନେପାଳ ଥରିଥିଲା । ନେପାଳର ଜାତୀୟ ଭୂକମ୍ପ ମନିଟରିଂ ଓ ରିସର୍ଚ୍ଚ ସେଣ୍ଟର (ଏନ୍ଇଏମ୍ଆରସି) ସୂଚନା ଅନୁଯାୟୀ, ରାଜଧାନୀ କାଠମାଣ୍ଡୁ ସହ ଦେଶର ଅଧିକାଂଶ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ର ପୂର୍ବ ନେପାଳ ଥିଲା ଏବଂ ଏହାର ପ୍ରଭାବ ୧୦ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ତେବେ ଭୂକମ୍ପ ଯୋଗୁଁ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ଖବର ନାହିଁ। ନେପାଳ ସୀମାବର୍ତ୍ତୀ ବିହାରର ମଧୁବନୀ, ସମସ୍ତିପୁର, ଅରରିୟା, କଟିହାର, ସୀତାମଢି, ମୁଜଫରପୁର, ଭାଗଲପୁର ଆଦି ଅଞ୍ଚଳରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିବା ଖବର ରହିଛି ।

Comments are closed.