ଉତ୍ତର ଭାରତରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଉତ୍ତର ଭାରତର ଅନେକ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ସୂଚନାନୁସାରେ, ଦିଲ୍ଲୀ-ଏନସିଆର, ଜାମ୍ମୁ-କାଶ୍ମୀର, ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ଝଟକା ଅନୁଭବ କରିଛନ୍ତି ଲୋକେ ।

ଭୂକମ୍ପ ଝଟକା ପରେ ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ପଳାଇ ଆସିଥିଲେ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ରେକର୍ଡ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଜମ୍ମୁର ଡୋଡା ଥିଲା। ତେବେ କୌଣସି ଧନଜୀବନ ହାନିର ଖବର ନାହିଁ।
ଗତ ସପ୍ତାହରେ ମଧ୍ୟ ଏଭଳି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ତେବେ ଆଜିର ଭୂକମ୍ପ ଅପେକ୍ଷାକୃତ ଶକ୍ତିଶାଳୀ ଥିଲା।

Comments are closed.