ମଦ ଦୁର୍ନୀତି ମାମଲା: ଆପ୍ ନେତା ବିଜୟ ନାୟାର, ବ୍ୟବସାୟୀ ଅଭିଷେକ ବୋଇନପଲ୍ଲୀଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ୍ ର ଅଡ଼ୁଆ ବଢ଼ିବାରେ ଲାଗିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବେ ଏହି ମାମଲାରେ ଆପ୍ ନେତା ବିଜୟ ନାୟାରଙ୍କ ସହ ବ୍ୟବସାୟୀ ଅଭିଷେକ ବୋଇନପଲ୍ଲୀଙ୍କୁ ଗିରଫ କରିଛି। ଉଭୟଙ୍କୁ ଏହି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ଅଭିଯୋଗରେ ଗିରଫ କରାଯାଇଛି।

ଏହା ପୂର୍ବରୁ ଉଭୟଙ୍କୁ ସିବିଆଇ ମଧ୍ୟ ଗିରଫ କରିଥିଲା। ସେବେଠାରୁ ଉଭୟ ବିଚାର ବିଭାଗୀୟ ହାଜତରେ ଥିଲେ। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଅବକାରୀ ମାମଲାରେ ଆମ୍ ଆଦମୀ ପାର୍ଟିର ବିଜୟ ନାୟାର ଜାମିନ ଆବେଦନ କରିଥିଲେ। କିନ୍ତୁ ଏହାପୂର୍ବରୁ ତାଙ୍କୁ ଇଡି ଗିରଫ କରିଛି ।

ସିବିଆଇ ହାଜତରେ ସେମାନଙ୍କୁ ଅଧିକ ପଚରାଉଚରା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଦର୍ଶାଇ ଉଭୟ ଅଭିଯୁକ୍ତ ଜାମିନ ଆବେଦନ କରିଥିଲେ । ତାଙ୍କର ଯୁକ୍ତିକୁ ସିବିଆଇ ବିରୋଧ କରିଥିଲା | ସିବିଆଇ ବୋଇନପଲ୍ଲୀଙ୍କ ଜାମିନ ଆବେଦନକୁ ମଧ୍ୟ ବିରୋଧ କରିଥିଲା ।

Comments are closed.