ହିରୋ ମୋଟୋକର୍ପ ମୁଖ୍ୟଙ୍କ ବିରୋଧରେ ଇଡି ଆକ୍ସନ, ୨୫ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ହିରୋ ମୋଟୋକର୍ପର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ (ସିଏମଡି) ଓ ଅଧ୍ୟକ୍ଷ ପୱନ କୁମାର ମୁଞ୍ଜାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଦିଲ୍ଲୀରେ ମୁଞ୍ଜାଲଙ୍କ ପ୍ରାୟ ୨୫ କୋଟିର ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି। ଏଯାବତ୍ ମୁଞ୍ଜାଲଙ୍କ ମୋଟ ୫୦ କୋଟି ମୂଲ୍ୟର ସମ୍ପତ୍ତି ଜବତ ତଥା ବାଜ୍ୟାପ୍ତ କରାଯାଇଥିବା କହିଛି ଇଡି ।

ଦୁଇ ମାସ ପୂର୍ବେ ଇଡି ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ଏବଂ ଗୁରୁଗ୍ରାମରେ ପୱନ ମୁଞ୍ଜାଲଙ୍କ ଘରେ ଚଢ଼ାଉ କରିଥିଲା। ଆୟକର ବିଭାଗ ମଧ୍ୟ ଗତ ବର୍ଷ ମାର୍ଚ୍ଚରେ ମୁଞ୍ଜାଲଙ୍କ ଘରେ ଟିକସ ଫାଙ୍କି ନେଇ ତଦନ୍ତ କରିଥିଲା।

Comments are closed.